ମାତ୍ର ଏହାପରେ ବି ଶାଶୁଘର ପକ୍ଷରୁ ରୀତାମଣୀଙ୍କୁ ଅଧିକ 2ଲକ୍ଷ ଟଙ୍କା ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ରୀତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ରୀତାଙ୍କୁ ହତ୍ୟା କରି ଝୁଲା ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ସ୍ବାମୀଙ୍କୁ ଅଟକ ରଖିଛି, ଘଟଣାର ତଦନ୍ତ ଜାରି ରହିଛି।
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଖୋର୍ଦ୍ଧା: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବେଗୁନିଆ ନୂଆସାହିର କୃପାସିନ୍ଧୁ ପ୍ରଧାନ ଠଣାପଲି ଗାଁର ରୀତାମଣୀ ପ୍ରଧାନଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ 50ହଜାର ଟଙ୍କା, ସୁନା ଗହଣା ଓ ବିଭିନ୍ନ ଆସବାବପତ୍ର ପ୍ରଦାନ କରାଯାଇଥିଲା।
Download Argus News App
