ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦ, ଯୁବୋଦୟ କଲେଜ ଛାତ୍ରୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇନି । ବର୍ତ୍ତମାନର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମଧ୍ୟ ସେହି ସମାନ ଅବସ୍ଥା । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ପଶ୍ଚିମ ଓଡିଶାରେ ମହିଳା ଅସୁରକ୍ଷିତ

ସମ୍ବଲପୁର: ପଶ୍ଚିମ ଓଡିଶାରେ ମହିଳା ଅସୁରକ୍ଷିତ । ମହିଳାଙ୍କୁ ମିଳୁନି ନ୍ୟାୟ । ଏଇ ଅଭିଯୋଗ ନେଇ ବଲାଙ୍ଗିର ପଶ୍ଚିମ ଓଡିଶା ମହିଳା ସଂଗଠନ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବର୍ତ୍ତମାନ ସମାଜରେ ମହିଳା ମାନେ ଅସୁରକ୍ଷିତ ରହିବା ସହ ହତ୍ୟା, ଦୁଷ୍କମ ବଢିବାର ଲାଗିଛି । କିନ୍ତୁ ମହିଳାଙ୍କୁ ମିଳିପାରୁନି ନ୍ୟାୟ । ୭ ବର୍ଷ ହେବ ଜିଲ୍ଲାର ଦଳିତ ଛାତ୍ରୀ ସ୍ନେହଲତା ଛୁରିଆ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ପୋଲିସ ଚାର୍ଜ ସିଟି ଦାଖଲ କଲାନାହି ।
Download Argus News App
