ଅଧିକ ପଢନ୍ତୁ : ଗେଣ୍ଡୁଫୁଲ ଚାଷ ଦେଇଛି ରୋଜଗାର
ଚଳିତବର୍ଷ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର 15 ରୁ ଅଧିକ ପଞ୍ଚାୟତରେ ପାଖାପାଖି 530 ଜଣ ମହିଳା 35 ରୁ 40 ଏକର ଜମିରେ ଗେଣ୍ଡୁଫୁଲ ଚାଷ କରିଛନ୍ତି । ବ୍ଲକ ର ମଣିପଦର, କେଲାପଡା, ଝାଞ୍ଜିରା ସାହି, କୁଡୁକି, ବାଲନ୍ଦା ପଡା ଆଦି ଅଞ୍ଚଳରେ ଏହି ଗେଣ୍ଡୁଫୁଲ ଚାଷ କରାଯାଇଛି । ଦେଢ ମାସ ହେବ ଗେଣ୍ଡୁଫୁଲ ଅମଳ ମଧ୍ୟ ଆରମ୍ଭ ହେଲାଣି । ଅମଳ ଗେଣ୍ଡୁଫୁଲ କିଲୋପିଛା 60 ଟଙ୍କାରୁ ଉର୍ଦ୍ଧ୍ଵ ଦରରେ ବିକ୍ରି ମଧ୍ୟ ହେଉଛି ।
ତେବେ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଗେଣ୍ଡୁଫୁଲ ବିକ୍ରି ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇନଥିଲେ ମଧ୍ୟ ମହିଳା ମାନେ ଉତ୍ପାଦିତ ଗେଣ୍ଡୁଫୁଲ କୁ ସ୍ଥାନୀୟ ବଜାର ରେ ବିକ୍ରି କରିବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚାଉଛନ୍ତି । ବ୍ଲକ ଅଧିକାରୀଙ୍କ ହସ୍ତକ୍ଷେପରେ ଭଞ୍ଜନଗର, ଭୁବନେଶ୍ବର, ନୟାଗଡ ଆଦି ଅଞ୍ଚଳର ବ୍ୟବସାୟୀ ଙ୍କ ମାଧ୍ୟମରେ ବିକ୍ରି କରାଯାଉଛି ।
ତେବେ ଗେଣ୍ଡୁଫୁଲ ରୁ ମିଳିଥିବା ଏହି ସଫଳତା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯଦି ଜିଲ୍ଲାର ସମସ୍ତ 12 ଟି ବ୍ଲକ ରେ ଫୁଲ ଚାଷ ସମ୍ପ୍ରସାରଣ କରନ୍ତା ଏଥିରେ ଅଧିକରୁ ଅଧିକ ମହିଳା ଉପକୃତ ହୋଇ ପାରନ୍ତେ ।