ଯାହାର ଜମି ପଟ୍ଟା ମଧ୍ୟ ସେ ପାଇଛନ୍ତି । ହେଲେ ସେହି ଜାଗାକୁ ନିଜ ଦଖଲକୁ ନେବା ସେଠାରେ ପହଂଚିବା ପରେ ଉକ୍ତ ଜମି ଅନ୍ୟ ଜଣେ ବ୍ୟକ୍ତି ନିଜ ଦଖଲରେ ରଖିଥିବା ଦେଖିବାକୁ ପାଇଥିଲେ । ମନୋରମା ଉକ୍ତ ଜମି ନିଜ ଦଖଲକୁ ନେବାକୁ ଚେଷ୍ଟା କରିଥିବାବେଳେ ତାଙ୍କୁ ଦଖଲକାରୀ ବିରୋଧ କରିଥିଲେ ।
ଏ ବାବଦରେ ମନୋରମା ଆସି ବାରମ୍ବାର କପ୍ତିପଦା ତହସିଲରେ ଜଣାଇବା ସହିତ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ତହସିଲଦାର ଏହା ନଶୁଣିବାରୁ ଗତକାଲି ଠାରୁ ତହସିଲ ସାମ୍ନାରେ ଧାରଣାରେ ଦିବାରାତ୍ର ବସିଛନ୍ତି ମନୋରମା । ତାଙ୍କୁ ତୁରନ୍ତ ଉକ୍ତ ଜମି ପ୍ରଦାନ ନକରାଯିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏବାବଦରେ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଓଡିଶା ଖବର ଆହୁରି ପଢନ୍ତୁ