ବିନା ଭକ୍ତରେ ଗଡିଲା ରୁକୁଣା ରଥ
କଟକ: ପଞ୍ଚାୟତର ଶତାଧିକ ମହିଳା ବାଙ୍କୀ-ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ ଚାରିମାସ ଧରି ପାଗଳ ମାଙ୍କଡ଼ କାମୁଡ଼ାରେ ଅତିଷ୍ଠ ହୋଇ ଆଜି ଗୋପାଳପୁର ହରିହର ଭେଟ ଠାରେ ରୋକ କରିବା ସହ ଟାୟାର ଜାଳି କଲେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ ଗତ ଚାରିମାସରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମବାସୀ ମାନଙ୍କୁ କାମୁଡି ଲହୁଲୁହାଣ କରିଛି ମାଙ୍କଡ଼ ।
ଅନେକ ଏବେ ବି କଟକ ଭୁବନେଶ୍ୱରର ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଛନ୍ତି । ଏନେଇ ଗ୍ରାମବାସୀଙ୍କ ତରଫରୁ ବହୁବାର ବନ ବିଭାଗକୁ ଜଣାଯାଇଥିବା ବେଳେ ମାଙ୍କଡ଼କୁ ଧରିବାରେ ଫେଲ ମାରିଚି ବନ ବିଭାଗ ।