ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଘରର ଛାତ କାମ କଲାବେଳେ କରେଣ୍ଟ ଲାଗି ଶ୍ରମିକ ମୃତ

ଭଦ୍ରକ: କରେଣ୍ଟ ଲାଗି ଜଣେ ଶ୍ରମିକ ମୃତ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳର ଭରତ ବେହେରା ନାମକ ଜଣେ ଶ୍ରମିକ ନିକଟସ୍ଥ ଅଣ୍ଡରେଇ ସ୍ଥିତ ଲାଲାଜି ଗାଁ ରେ ଏକ ଘରର ଛାତ କାମ କରୁଥିଲେ । କାମ ବେଳେ ଛାତରେ ଥିବା ବିଦ୍ୟୁତ ତାରରୁ କରେଣ୍ଟ ଲାଗି ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଆଣିଥିଲେ । ଭଦ୍ରକ ମେଡିକାଲରେ ଭରତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
Download Argus News App
