ଦୀର୍ଘ ବର୍ଷ ହେବ ସେ କଲେଜରେ କାର୍ଯ୍ୟ କରୁଥିଲେ ସୁଦ୍ଧା ଗତ ୧୯ ମାସର ଦରମା ତାଙ୍କୁ ପ୍ରଦାନ କରାଯାଇ ନାହିଁ। ଏପରିକି ଅନେକ ସମୟରେ କଲେଜରେ ବହୁ ବେଆଇନ କାର୍ଯ୍ୟ କରିବାକୁ କଲେଜ ପ୍ରିନସିପାଲ ଗୋପାଳ ଚନ୍ଦ୍ର ବେହେରା ତାଙ୍କୁ ବାଧ୍ୟ କରିଥାନ୍ତି। ତେବେ ଦୀର୍ଘ ବର୍ଷ ହେବ ଦରମା ପାଇବାରୁ ବଞ୍ଚିତ ହୋଇଥିବା ଦେବାଶିଷ ବାରମ୍ବାର ଦରମା ପାଇଁ ଗୁହାରି କରିଥିଲେ ସୁଦ୍ଧା ପ୍ରିନସିପାଲ ତାଙ୍କୁ ଦରମା ପ୍ରଦାନ କରି ନାହାନ୍ତି। ସେପଟେ ଦେବାଶିଷଙ୍କ ପୁଅ ରୋଗାଗ୍ରସ୍ତ ହୋଇଥିବା ବେଳେ ପୁଅର ଚିକିତ୍ସା କରିବା ପାଇଁ ଟଙ୍କା ନ ଥିବାରୁ ଶେଷରେ ଆଜି ଦେବାଶିଷ ନିଜ ସ୍ତ୍ରୀ ଏବଂ ରୋଗଗ୍ରସ୍ତ ଶିଶୁ ପୁତ୍ରକୁ ସାଙ୍ଗରେ ଧରି କଲେଜ ପ୍ରିନସିପାଲଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। କଲେଜ ପରିଚାଳନା କମିଟି ପକ୍ଷରୁ ଏହି ଦରମା ଦିଆ ଯିବାର ନିୟମ ରହିଥିଲେ ସୁଦ୍ଧା ପ୍ରିନସିପାଲ ଦରମା ଦେଉ ନ ଥିବାର ସାଙ୍ଘାତିକ ଅଭିଯୋଗ ଆସିଛି। ଏ ବାବଦରେ ପ୍ରିନସିପାଲଙ୍କୁ ପଚାରିବାରୁ ସେପରି ସନ୍ତୋଷଜନକ ଉତ୍ତର ମିଳିନାହିଁ।
ଅସୁସ୍ଥ ଶିଶୁପୁତ୍ରକୁ ଧରି ଅନଶନରେ କର୍ମଚାରୀ

ଅର୍ଗସ ବ୍ୟୁରୋ: କୋଳରେ ଅସୁସ୍ଥ ଶିଶୁପୁତ୍ର କାନ୍ଦୁଛି। ମା’ କାନ୍ଦୁଛି। ବାପା ବି କାନ୍ଦୁଛନ୍ତି। ଅସୁସ୍ଥ ପୁଅକୁ ଏଭଳି ଅବସ୍ଥାରେ ଧରି ଧାରଣାରେ ବସିଛନ୍ତି କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀ। ଏମିତି ଚିତ୍ର ଦେଖିବାକୁ ମିଳିଛି ଉଦଳା କଲେଜ ପ୍ରିନସିପାଲଙ୍କ ଚାମ୍ବର ସାମ୍ନାରେ। ଉଦଳା କଲେଜରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରି ଆସୁଛନ୍ତି ଦେବାଶିଷ ବାରିକ।
Download Argus News App
