ଘର
ଓଡ଼ିଶା
ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ଲାଗିବ ଆରଏସପି ନିର୍ମିତ ଲୌହ ପାଇପ୍
ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ଲାଗିବ ଆରଏସପି ନିର୍ମିତ ଲୌହ ପାଇପ୍
by Banajyotshna Ray
ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିବ ରାଉରକେଲା ଇସ୍ପାତ କାରଖାନାରେ ତିଆରି ପାଇପ୍। ଆରଏସପି ନିର୍ମିତ ସ୍ୱତନ୍ତ୍ର ଗ୍ରେଡର ଲୌହ ପାଇପ ଉଦ୍ଧାର କାର୍ଯ୍ୟରେ ଲାଗିବ । ଜରୁରୀକାଳୀନ ପରିବହନ କାର୍ଯ୍ୟରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆବଶ୍ୟକ ପାଇପ ନେଇ ରାଉରକେଲା ବିମାନ ବନ୍ଦରରୁ ପର୍ଯ୍ୟାୟକ୍ରମେ ଉଡୁଛି ବାୟୁସେନାର `ସୁପର ହର୍କ୍ୟୁଲସ ବିମାନ' ।
ଆଜି ରାଉରକେଲା ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ସୁପର ହର୍କ୍ୟୁଲସ୍ ଉଡ଼ାଜାହାଜ ଅବତରଣ କରିଥିଲା | ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ତିଆରି ହେଉଥିବା ଉନ୍ନତମାନର ପାଇପ ପାଇଁ ଏହି ବିମାନ ନେଇଯାଇଛି । ଉତ୍ତରକାଶୀ ଟନେଲରେ ଫସିଥିବା 41 ଜଣର ଉଦ୍ଧାର କାର୍ଯ୍ୟରେ ଏହି ପାଇପ ବ୍ୟବହାର ହେବ ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: