ତେବେ ଅଧିବେଶନ ଅନୁଷ୍ଠିତ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ଥାନୀୟ ପରିବେଶବିତ୍ , ଶିକ୍ଷାବିତ ,ଗବେଷକ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଉଛି । ଏହି ପରିପେକ୍ଷୀୟ ସୋମବାର ବାରିପଦା ରୋଟାରୀ କ୍ଲବ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ ବ୍ଲକର ସଭାପତି ରାକେଶ ସିଂ ଙ୍କ ଆବାହକତ୍ବରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରିବେଶ କଂଗ୍ରେସର ସାଂଗଠନିକ ସମ୍ପାଦକ ସୁଦର୍ଶନ ଦାସ ଯୋଗ ଦେଇଥିଲେ । ଏହି ବୈଠକରେ ସଂପ୍ରତି ବିଶ୍ଵରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋକପାତ କରିବା ସହିତ ପରିବେଶ ସହ ଆଦିବାସୀମାନେ କିପରି ଜଡ଼ିତ ତାକୁ ନେଇ ଆଲୋଚନା କରିଛନ୍ତି। ଆଦିବାସୀମାନେ ହେଉଛନ୍ତି ପରିବେଶର ରକ୍ଷାକବଚ । ଆଦିବାସୀ ମାନଙ୍କ ସଂସ୍କୃତି , ଜୀବନଚର୍ଯ୍ୟା , ସାହିତ୍ୟ , ତାଙ୍କର କଳାକୃତି ସବୁ ପରିବେଶ କୁ ନେଇ ହୋଇଥାଏ । ଏଣୁ ସେହିମାନଙ୍କ ଦ୍ଵାରା ହିଁ ପରିବେଶ ସୁରକ୍ଷିତ ହୋଇ ରହିପାରିବ। ଏଣୁ ସରକାର ପରିବେଶ ସୁରକ୍ଷା ପାଇଁ ଆଦିବାସୀ ମାନଙ୍କୁ ପ୍ରାଧାନ୍ୟ ଦେବା ସହ ଜଙ୍ଗଲ , ଜାହିରା ଜମି , ଜଳ ଇତ୍ୟାଦି ଅଧିକାର ପ୍ରଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ସୁଦର୍ଶନ ଦାସ ।
ଓଡିଆ ପରିବେଶ କଂଗ୍ରେସ ଅଧିବେଶନ ପାଇଁ ବାରିପଦାରେ କର୍ମଶାଳା
ଅର୍ଗସ ବ୍ୟୁରୋ: ଆଗାମୀ "ଓଡିଆ ପରିବେଶ କଂଗ୍ରେସ"ର ୧୩ତମ ବାର୍ଷିକ ଅଧିବେଶନ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଧିବେଶନର ଶୀର୍ଷକ “ପରିବେଶ ଓ ଆଦିବାସୀ” ରଖାଯାଇଛି । ଚଳିତ ପରିବେଶ କଂଗ୍ରେସରେ ଓଡିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ଗବେଷକ, ସାମାଜିକ ବିଜ୍ଞାନୀ, ପରିବେଶବିତ୍, ଅଧ୍ୟୟନରତ ଛାତ୍ରଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Download Argus News App
