ବରଗଡ଼: ଆଉ କେଇଟା ଦିନ ପରେ ଶେଷ ହେବ ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଅଷ୍ଟମ ଦିନରେ ବରଗଡ ଧନୁଯାତ୍ରାରେ ଅକୃରଙ୍କ ଗୋପପୁର ଗମନ, ଯମୁନା ନଦୀରେ କୃଷ୍ଣ ପାଦ ଦର୍ଶନ କରିବା ସହ ଆମ୍ରବନରେ ସାକ୍ଷାତ କରିଛନ୍ତି କୃଷ୍ଣ ବଲରାମଙ୍କ ସହିତ । ବାଳକ କୃଷ୍ଣ ଗୋଚାରଣ କରୁଥିବା ସମୟରେ ଶଙ୍ଖଚୂଡକୁ ବଧ କରି ଶଙ୍ଖ ମଣୀ ଉଦ୍ଧାର କରିଥିବାବେଳେ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା ଅଷ୍ଟମ ଦିନରେ । ସେହିପରି ମଥୁରା ନଗରୀରେ ମହାରାଜା କଂସ ଯମପୁରୀ ଏବଂ ସ୍ୱର୍ଗପୁରୀକୁ ଆକ୍ରମଣ କରିଥିବାବେଳେ କୃଷ୍ଣଙ୍କୁ ଛଳନାର ଯାତ୍ରା ଧନୁଯାତ୍ରାରେ ହତ୍ୟା କରିବା ପାଇଁ ଉତ୍ଫ୍ଲୁଲିତ ହୋଇ ନୃତ୍ୟଗୀତରେ ମସଗୁଲ ରହିଛନ୍ତି ।
ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଧିରେ ଧିରେ ଅନ୍ତିମ ପର୍ଯ୍ୟାୟକୁ ପହଞ୍ଚିଥିବାବେଳେ ଏବେ ସାରା ଗୋପପୁର କୃଷ୍ଣ ପ୍ରେମରେ ଉଛୁଳି ପଡୁଛି । ଧନୁଯାତ୍ରାର ଅଷ୍ଟମ ଦିନରେ ଗୋପାଳ ବାଳକଙ୍କ ସଙ୍ଗେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଚାରଣ, ବଣଭୋଜି, ଅନ୍ଧ ବ୍ରାହ୍ଣଣକୁ ଚକ୍ଷୁଦାନ, ଦୃଶ୍ୟ ଅଭିନୀତ ହୋଇଥିଲା । । ଅନ୍ୟ ପକ୍ଷରେ ଗୋଚାରଣ କରୁଥିବା ସମୟରେ ଗୋପାଙ୍ଗନାମାନଙ୍କୁ ଉଭେଇ ନେଇଥିବା ଶଙ୍ଖଚୂଡକୁ ବଧ କରି ଶଙ୍ଖମଣୀ ଉଦ୍ଧାର କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ବେଶ ଛୁଇଁ ପାରିଥିଲା ଶ୍ରଦ୍ଧାଳୁଙ୍କୁ ଅଷ୍ଟମ ଦିନରେ । ସେହିପରି ମହାରାଜା କଂସଙ୍କ ଦ୍ୱାରା ଧନୁଯାତ୍ରାର ନିମନ୍ତ୍ରଣ ନେଇ ପୂର୍ବତନ ମନ୍ତ୍ରୀ ଅକୃର ହରିନାମ ଗାନ କରି ପହଞ୍ଚିଛନ୍ତି ଗୋପପୁରରେ । ତେବେ ଯମୁନା ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଆତ୍ମବିଭୋର ହୋଇପଡିଛନ୍ତି ମନ୍ତ୍ରୀ ଅକୃର । ପରେ କୃଷ୍ଣବଳରାମ ବେନୀ ଭାଇଙ୍କୁ ଗୋଚାରଣ କରିଥିବା ସମୟରେ ଅକୃର ସାକ୍ଷାତ କରିବା ସହ ନନ୍ଦଭବନ ଯାଇ ମହାରାଜା କଂସଙ୍କ ଚିଟାଉ ନନ୍ଦରାଜାଙ୍କୁ ହସ୍ତାନ୍ତର କରିଥିଲେ ।
ଧନୁଯାତ୍ରାର ଅଷ୍ଟମ ଦିନରେ ଦେବତା ମାନଙ୍କ କୂଟୀଳ ଚକ୍ରାନ୍ତ ଯୋଗୁଁ ମହାରାଜା କଂସ ଦିଗବିଜୟରେ ବାହାରି ଯମପୁରୀ ଓ ସ୍ୱର୍ଗପୁରୀ ଆକ୍ରମଣ କରିଛନ୍ତି । ଯମରାଜକୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିଛନ୍ତି ମହାରାଜା କଂସ । ସେହିପରି ଦେବରାଜ ଇନ୍ଦ୍ର ରମ୍ଭା ମେନକାଙ୍କ ନୃତ୍ୟରେ ମସଗୁଲ ଥିବା ସମୟରେ କଂସଙ୍କ ସୈନ୍ୟ ବାହିନୀ ଆକ୍ରମଣ କରିଛନ୍ତି ସ୍ୱର୍ଗପୁରୀ ।
ଅର୍ଗସ ବ୍ୟୁରୋ : ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗ । କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ । ଭିଜିଲାନ୍ସ ତଦନ୍ତରେ ସୁଧାଂଶୁଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଛି । ସୁଧାଂଶୁଙ୍କ ଦ୍ବାରା ହୋଇଥିବା ମହାଠକେଇ ହେଉଛି ୨୦୧୭ରୁ ୨୦୨୦ ସମୟରେ । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସ୍ପଷ୍ଟ ହୋଇଛି । ସ୍ପଷ୍ଟ ହେବା ପରେ ବି କାହିଁକି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଚୁପ୍ ବସିଥିଲେ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ପରେ ବି କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାଇବେ ? । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ୍ ରିଲିଜ୍ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଵଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ଵାସ କରୁନାହାନ୍ତି । ବିଜେଡିର ୪୦ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଶ୍ନ କଲେ ମିଛ ମାମଲାରେ ଫସାଯିବ ବୋଲି ସେ କହିଛନ୍ତି । ଯେଉଁ ଗଣମାଧ୍ୟମ ଏହି ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଯିବ । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ବିଜୁ ଜନତା ଦଳ ଭିତରେ ଥିବା ଅସହାୟତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ହେବ ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରିଙ୍କ ସମେତ ଅନେକ ଭେଟେରାନ୍ କ୍ରିକେଟର ସାମିଲ ହେବେ ।
ଅଧିକ ପଢନ୍ତୁ ଭାରତ ଖବର
୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୩୦ ହଜାର ଦର୍ଶକ ଏହି ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହି ଷ୍ଟାଡିୟମର ଥିମେଟିକ୍ ସ୍ଥାପତ୍ୟ ଭଗବାନ ଶିବଙ୍କଠାରୁ ପ୍ରେରଣା ଆଣୁଛି । ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ଟ୍ରାଇଡେଣ୍ଟ୍ ଆକୃତିର ବନ୍ୟା-ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା, ବିଲଭିପାଟ୍ରା ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।
ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ଆସନ୍ତାକାଲି ଆସିବାକୁ ଯାଉଛି ସକାଳ । ଭାରତୀୟ ବୈଜ୍ଞାନିକଙ୍କ ମନରେ ନୂଆ ଆଶାର ସଞ୍ଚାର । ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ବିକ୍ରମ ଓ ପ୍ରଜ୍ଞାନ ନିଦରୁ ଉଠିବେ ବୋଲି ଆଶା ପ୍ରକାଶ କରିଛି ଇସ୍ରୋ । ଶିବ ଶକ୍ତି ପଏଣ୍ଟରେ ଆସିବାକୁ ଥିବା ସକାଳ ଭାରତ ମନରେ ଭରି ରହିଛି ଅନେକ ଆଶା । ଏହି ନୂଆ ସକାଳ ସହ ସ୍ଲିପ ମୋଡରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ପୁଣି ଥରେ ଲ୍ୟାଣ୍ଡର ଓ ବିକ୍ରମ କେମିତି କାମ କରିବେ ସେ ନେଇ ଉଦ୍ୟମ କରିବ ଇସ୍ରୋ । ବିକ୍ରମ ଲାଣ୍ଡରର ରିସିଭର୍ ଅନ୍ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଓ ଅନ୍ଧାର ଯୋଗୁଁ ଏହାର ସବୁ ଯନ୍ତ୍ରାଂଶ ବନ୍ଦ ରହିଛି ।
ଅଧିକ ପଢନ୍ତୁ : ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣି ଥରେ ହେବାକୁ ଯାଉଛି ସକାଳ
ସୂର୍ଯ୍ୟଙ୍କଠାରୁ ଶକ୍ତି ଆହରଣ କରି ପୁଣି ବିକ୍ରମ ଓ ପ୍ରଜ୍ଞାନ ସକ୍ରିୟ ହେବେ ବୋଲି ଆଶା କରାଯାଉଛି । ଯଦି କୌଣସି କାରଣରୁ ଏହା ସମ୍ଭବ ନ ହୁଏ, ତେବେ ବିକ୍ରମ ଓ ପ୍ରଜ୍ଞାନ ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ‘ମହାକାଶ ଦୂତ’ ଭାବେ ପଡିରହିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୨୩ ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଥିଲା । ଅବତରଣର କିଛି ଘଣ୍ଟା ପରେ ବିକ୍ରମରୁ ଅଲଗା ହୋଇ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବା ସହ ଇସ୍ରୋକୁ ବିଭିନ୍ନ ପ୍ରକାର ତଥ୍ୟ ଓ ଫଟୋ ପଠାଇଥିଲା ।
ଉଭୟ ଲ୍ୟାଣ୍ଡର ଓ ରୋଭର ସୂର୍ଯ୍ୟଙ୍କ କିରଣରୁ ଶକ୍ତି ସଂଗ୍ରହ କରି କାର୍ଯ୍ୟ ସମ୍ପାଦନ କରୁଥିଲେ । ତେବେ ଚନ୍ଦ୍ରରେ ରାତି ହେବା ଫଳରେ ସେପ୍ଟେମ୍ବର ୪ରେ ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଇସ୍ରୋ ପକ୍ଷରୁ ସ୍ଲିପ୍ ମୋଡ୍ରେ ରଖାଯାଇଥିଲା । ଏହି ୧୪ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୫୦ ଡିଗ୍ରୀ ଥିବା ବେଳେ ବିକ୍ରମ ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟ କରିବା ଏତେଟା ସହଜ ନୁହେଁ । ତେବେ ଯଦି ଇସ୍ରୋ ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ସଫଳ ହୁଏ ତେବେ ଏହା ଭାରତ ପାଇଁ ବଡ଼ ସଫଳତା ହେବ ।