ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ଫାର୍ମାସିଷ୍ଟ ଦିବସ. ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବା UCDA ପକ୍ଷରୁ ଭୁବନେଶ୍ୱର ଅଟଳ ଭବନ ରେ ପାଳିତ ହୋଇଯାଇଛି ଏହି ଦିବସ. ଏହି ଅବସରରେ ଏକ ସଚେତନତା ରାଲି 4 ନମ୍ବର ଅଟଳ ଭବନ ରୁ ରାମମନ୍ଦିର ଯାଏ ଯାଇଥିଲା. ଚଳିତ ବର୍ଷ ଏହି ଦିବସ ର ଥିମ ରହିଛି "ଫାର୍ମାସି ସ୍ୱାସ୍ଥ୍ୟ ପ୍ରଣାଳୀକୁ ମଜବୁତ କରେ".ରାଲିରେ ମାଇକ୍ରୋ ଲ୍ୟାବ ଲିମିଟେଡ ଓ ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ଏବଂ ଓଡିଶା ଫାର୍ମାସି କଲେଜ ଆସୋସିଏସନର କର୍ମକର୍ତା ଓ ଫର୍ମାସୀ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ.କାର୍ଯ୍ୟକ୍ରମ ରେ ଓଡିଶା ଡ୍ରଗ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ.
ଅଧିକ ପଢନ୍ତୁ ଓଡିଶା ଖବର
ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଫର୍ମାସୀ କଲେଜ ଆସୋସିଏସନ ର ଅଧ୍ୟକ୍ଷ ସତ୍ୟନାରାୟଣ ବାବୁ,ସମ୍ପାଦକ ମନୋଜ କୁମାର ଦାଶ,UCDA ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ଓ ମାଇକ୍ରୋ ଲାବ ର କର୍ମକର୍ତା ଉପସ୍ଥିତ ଥିଲେ. ଏହି ଅବସରରେ ଅଟଳ ଭବନ ରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା. ଫାର୍ମାସିଷ୍ଟମାନେ ଏକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶ, ସେମାନଙ୍କ ବିନା ସ୍ୱାସ୍ଥ୍ୟ ସେବା ସମ୍ପର୍ଣ୍ଣ ହୋଇ ପାରିବ ନାହିଁ ବୋଲି ମତ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର.