କେବଳ ବୟସ୍କ ବ୍ୟକ୍ତି, କୌଣସି ରୋଗର ଚିକିତ୍ସା ପରେ କିମ୍ବା ରୋଗୀ ନୁହନ୍ତି ଆମର ଦୈନନ୍ଦିନ ଜୀବନରେ ଫିଜିଓଥେରାପୀର ଆବଶ୍ୟକତା ଏବଂ ଏକ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପୀ କେତେ ପରିମାଣରେ ସହାୟକ ହୋଇଥାଏ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ନିମନ୍ତ୍ରୀତ ଅତିଥି ମାନେ ଫିଜିଓଥେରାପୀର ବିଭିନ୍ନ ଦିଗପ୍ରତି ଆଲୋଚନା କରିବା ସହିତ ଅତ୍ୟାଧୁନିକ ପଦ୍ଧତିରେ କିଭଳି ଫିଜିଓଥେରାପୀ କରାଯାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆମ୍ରି ହସ୍ପିଟାଲ୍ ଭୁବନେଶ୍ଵରର ୟୁନିଟ୍ ମୁଖ୍ୟ ଡକ୍ଟର ରୋହିତ ଯଶୱାଲ, ମେଡିକାଲ ସୁପରିଟେଣ୍ଟନ୍ ଡାକ୍ତର ସିର୍ଦ୍ଧାର୍ଥ ମିଶ୍ର , ମାନବସମ୍ବଳ ବିଭାଗ ମୁଖ୍ୟ ସୁଶ୍ରୀ ରାଜଶ୍ରୀ ଉପାଧ୍ୟାୟଙ୍କ ସମେତ ଆମ୍ରି ହସ୍ପିଟାଲର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶେଷରେ ଆମ୍ରି ହସ୍ପିଟାଲର ଫିଜିଓଥେରାପି ବିଭାଗୀୟ ମୁଖ୍ୟ ଡାକ୍ତର ଶିବାନୀ ତ୍ରିପାଠୀ (ପିଟି.) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଫିଜିଓଥେରାପୀ ଦିବସର ଲକ୍ଷ୍ୟ ଏବଂ ଆମକୁ ସୁସ୍ଥ୍ୟ ଓ ଏକ ଯନ୍ତ୍ରଣାମୁକ୍ତ ଜୀବନ ଅତିବାହିତ କରିବାରେ ଫିଜିଓଥେରାପୀର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।