ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ସ୍ପର୍ଶ ହସ୍ପିଟାଲ ପକ୍ଷରୁ ବିଶ୍ୱ ତମାକୁ ମୁକ୍ତ ଦିବସ ଉପଲକ୍ଷେ ଏକ ରାଲି ହୋଇଯାଇଛି । ରାଲି ମାଷ୍ଟରକ୍ୟାଣ୍ଟିନ ଠାରୁ ଆରମ୍ଭ ହୋଇ ସହିଦନଗର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଶେଷ ହୋଇଥିଲା । ଆଜିକାଲିର ଯୁବପିଢି ତମାକୁ ପ୍ରତି ବେଶ ଆକର୍ଷିତ ହେଉଛନ୍ତି । ଏହା ଦ୍ୱାରା ତାଙ୍କ ଜୀବନ ଉପରେକୁ ପ୍ରଭାବ ପଡୁଛି । ଯୁବପୀଢ଼ି ଯେଉପରି ଭାବେ ଆଉ ଏଥିରୁ ନିବୃତ୍ତ ରହିବେ ସେଥିପାଇଁ ସ୍ପର୍ଶ ହସ୍ପିଟାଲ ପକ୍ଷରୁ ପ୍ରତିବର୍ଷ ମେ ୩୧ ସଚେତନ କରାଯାଏ । ଆଜିର ଥିମ୍ ଥିଲା 'we need food not tobacco' । ତମ୍ବାକୁ ଠାରୁ ଯେତେ ଦୂରରେ ଶରୀର ସେତେ ଭଲ ରହିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅଶାନ୍ତ କାମାକ୍ଷାନଗର। ନିର୍ବାଚନ ପୂର୍ବରୁ ପୁଣି ଗଡିଲା ମୁଣ୍ଡ। ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁଙ୍କୁ ନିର୍ମମ ହତ୍ୟା। ନିରାକାର କିଛି ଦିନ ତଳେ ଜେଲରୁ ଜାମିନରେ ଆସିଥଲେ। ଗତକାଲି କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରିନଥିଲେ। ଆଜି ସକାଳୁ ଆଳତୁମା ରେଲୱେ ଓଭରବ୍ରିଜ୍ ନିକଟ ପୋଖିରୀ ପାଖରୁ ମିଳିଥିଲା ନିରାକାରଙ୍କ ମୃତଦେହ। ପୂର୍ବ ଶତ୍ରୁତାରୁ ନିରାକାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ନିରାକାରଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ 6 ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ଦୀପକ ମାହୁନ୍ତଙ୍କ ପୁଅ ଦିବ୍ୟଦର୍ଶନ ମାହୁନ୍ତ, ଧରମ ପୁଅ ବିଶ୍ଵଜିତ ବେହେରା ଓରଫ ବିକି, ଓଡ଼ାପଡ଼ା ପତଳା ଗାଁର ଜୁଲୁ, ହିନ୍ଦୋଳ ବ୍ଲକ ପୂର୍ବତନ ବିଜେଡି ଚେୟାରମ୍ୟାନ୍ ପଣ୍ଡି, ଗେଙ୍ଗୁଟିଆ ଗାଁର ବୁଲୁ ଓ ରାଙ୍କିଆ ଗାଁର ଶ୍ରୀଧର ଲେଙ୍କା।
ନିରାକାରଙ୍କୁ ମିଶାଇ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ 7 ବର୍ଷ ମଧ୍ୟରେ ଏହା 5ମ ରାଜନୈତିକ ହତ୍ୟା। ଆଉ ସମସ୍ତେ ଶାସକ ଦଳର ନେତା। ହତ୍ୟାର ଶିକାର ନିରାକାରଙ୍କ ବ୍ୟାଗଗ୍ରାଉଣ୍ଡ କହୁଛି ଅନେକ କଥା। ପୂର୍ବତନ ସମିତ ସଭ୍ୟ ଦୀପକ ମାହୁନ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର। ଉଭୟ ଦୀପକ ମାହୁନ୍ତ ଓ ନିରାକାର ପଥର ଖଣି କାରବାରରେ ସଂପୃକ୍ତ ଥିଲେ। ତେଣୁ ଲଘୁ ଖଣିଜ କାରବାରକୁ ନେଇ ଶାସକ ଦଳ ଭିତରେ ଗ୍ୟାଙ୍ଗୱାରର ପରିଣାମ ଏହି ଦୁଇ ହତ୍ୟା ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ଦୀପକଙ୍କର କାମାକ୍ଷାନଗର ବିଜେଡିରେ ପତିଆରା ଲାଗତାର ବୃଦ୍ଧି ପାଉଥିଲା। ଏପରିକି ସେ ବିଧାୟକ ପ୍ରାର୍ଥୀ ପାଇଁ ଦାବେଦାର ବୋଲି ଚର୍ଚ୍ଚା ହେଉଥିଲା। ଏତିକିବେଳେ ଦୀପକଙ୍କୁ ହତ୍ୟା କରାଯାଇଥିଲା। ଉଭୟ ଦୀପକ ଓ ନିରାକାର ଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଖାସ ଲୋକ। ତେବେ ବ୍ୟକ୍ତିଗତ ନିହିତ ସ୍ବାର୍ଥ ପାଇଁ ଏସବୁ ହତ୍ୟା ଓ ହତ୍ୟାର ବଦଲା ହତ୍ୟା ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ପ୍ରୋତ୍ସାହନ ଓ ପରୋକ୍ଷ ଇଙ୍ଗିତରେ ଏସବୁ ହତ୍ୟାକାଣ୍ଡ ଘଟୁଥିବା ଅଭିଯୋଗ କରିଛି ବିଜେପି।
କାମାକ୍ଷାନଗରରେ ଫେଲ ମାରିଛି ଫେଲ ମାରିଛି ବିଜେଡିର ସମ୍ବିଧାନରେ ଅହିଂସା ନୀତି। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ ମଲ୍ଲିକ ଚାହିଁଥିଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା । କିନ୍ତୁ କାମକ୍ଷ୍ୟାନଗରରେ ଶାନ୍ତି ପରିବର୍ତ୍ତେ ଅଶାନ୍ତି ସୃଷ୍ଟି ପାଇଁ ସବୁବେଳେ ପ୍ରଫୁଲ ଇନ୍ଧନ ଯୋଗାଇ ଆସିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରଫୁଲଙ୍କ ଆଗରେ ଯିଏ ମୁଣ୍ଡ ଟେକିଛି ସେ ରାସ୍ତାରୁ ହଟିଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ବିଧାନସଭାରେ ୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ଝଡ଼ । ସରକାରଙ୍କୁ ମାଳମାଳ ପ୍ରଶ୍ନରେ ଘେରିଲେ ବିରୋଧୀ ଦଳ ନେତା । ପ୍ରଶ୍ନ କରିଥିଲେ ସଚିବଙ୍କ ସଭା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗାଡିରେ ବୋହି ଆଣିବା, ଟେଣ୍ଟ ବନ୍ଧା, ଚେୟାର ପକା ଓ ସକ୍ୟୁରୀଟି ଆରେଜମେଣ୍ଟରେ କେତେ ଖର୍ଚ୍ଚ ହୋଇଛି । ସେହିପରି ପାଲଲହଡା ବିଧାୟକ ଓ ତାଳଚେର ବିଧାୟକଙ୍କ ବ୍ୟକ୍ତିଗତ କାମରେ ହେଲିକପ୍ଟର ବ୍ୟବହାରକୁ ନେଇ ବି ବର୍ଷି ଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଅଧିକ ପଢନ୍ତୁ : ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ, ହେଲେ ମୁଖ୍ୟମନ୍ତ୍ରୀ ୪୦ କୋଟିର ହିସାବ ଦେଲେ
ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ହୋଇଥିବା ହେଲିକ୍ୟାପ୍ଟରକୁ ୫-ଟି ସଚିବ କେମିତି ବ୍ୟବହାର କରି କଟକ ଗଲେ ବୋଲି ପ୍ରଶ୍ନ ଉଠାଇଥିଲେ । ସିଏମଓ କହିଲେ କଣ ବେଳ ଜଣେ ବ୍ୟକ୍ତି କି ବୋଲି କରିଥିଲେ ପ୍ରଶ୍ନ ? କଂଗ୍ରେସ ବି କହିଛି ଅଭିଯୋଗ ଶୁଣାଣି ପାଇଁ ଏହି ଗସ୍ତ ନୁହେଁ ବରଂ ଟଙ୍କା ବାଣ୍ଟିବା ଓ ନିର୍ବାଚନ ପ୍ରଚାର କରିବା ଥିଲା ମୂଳ ଉଦେଶ୍ୟ । ସେପଟେ ବିରୋଧୀଙ୍କ ଅଭିଯୋଗର ସିଧା ଉତ୍ତର ନ ରଖି ପାଲଟା ଆକ୍ରମଣ କରିଛି ବିଜେଡି ।
ବିଧାନସଭାରେ ମେଣ୍ଟାଲ ହେଲ୍ଥ ଡ଼ିଜି ଅର୍ଡର କଥା ବିଜେଡି ବିଧାୟକ ଉଠାଇବା ପରେ ସୃଷ୍ଟି ହୋଇଥିଲା ହଙ୍ଗାମା । ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲା ବିଜେପି । ଆଉ ଏହାକୁ ବାଚସ୍ପତି ବାଦ ନ ଦେବାରୁ ଗୃହ ଭିତରେ ଓ ବାହାରେ ନାରବାଜି କରିଥିଲେ ବିଜେପିର ବିଧାୟକ । ସଚିବଙ୍କ ଜିଲ୍ଲା ଗସ୍ତ ସରିଥିଲେ ବି ଗସ୍ତକୁ ନେଇ ବିବାଦ କିନ୍ତୁ ଥମୁନି । ବିଧାନସଭାରେ ସଚିବ ସର୍ବସ୍ବ ସରକାର ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର ।
ଅର୍ଗସ ବ୍ୟୁରୋ : ଅଶାନ୍ତ ମାହାଙ୍ଗା । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଆଉ ଏ ସବୁ ପଛରେ ମାହାଙ୍ଗାର ପାୱାରଫୁଲ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିର ସଂଗୀନ ଅଭିଯୋଗ । ମାହାଙ୍ଗା ଡବଲମର୍ଡର ମାମଲାରେ ପ୍ରତାପଙ୍କ ବିରୋଧରେ ପ୍ରମାଣ ପାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଦଫା ୩୦୨, ୧୨୦ବି, ୫୦୬ ଦଫା ଲାଗିଛି । ହାଇକୋର୍ଟରୁ ବେଲ୍ ନ ମିଳିଲେ ଜେଲ୍ ଯିବେ ଶାସକ ଦଳର ବିଧାୟକ ପ୍ରତାପ ଜେନା ।
ଅଧିକ ପଢନ୍ତୁ : ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302 ଦଫା
ସେପଟେ କାବୁଆ ରହସ୍ୟଜନକ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ମାହାଙ୍ଗା ଡବଲ ମର୍ଡର ପରେ କାବୁଆକୁ କଲ୍ କରି କଥା ହୋଇଛନ୍ତି ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ଦୁଇ ସହଯୋଗୀ ବାପି ବିଶ୍ବାଳ ଓ ଶରତ ନାୟକ । କଲ୍ ଡିଟେଲସ ରେକର୍ଡରୁ ଏଇ ତଥ୍ୟ ସାମ୍ନାକୁ ଆସିଛି । ମାହାଙ୍ଗା ଡବଲ ମର୍ଡରର ପୋଲ୍ ଖୋଲିଯିବ ବୋଲି କାବୁଆକୁ ହତ୍ୟା କରାଯାଇଛି ଆଉ ଏହା ପଛରେ ପ୍ରତାପ ଜେନାଙ୍କ ହାତ ବୋଲି ଅଭିଯୋଗ ହୋଇଛି ।
ସେପଟେ ମଙ୍ଗଳବାର କୂଆଁପାଳରେ ପ୍ରତାପ ଜେନାଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ଶିକାର ନ୍ୟାୟ ପାଇଁ ଲଢେଇ ପରିବାରର ଦିଲୀପ ସାହୁ ଥାନାରେ ଏତଲା ଦେଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମରଣାନ୍ତକ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସବୁବେଳେ ଖସିଯାଉଥିବା ପ୍ରତାପ ଏଥର କିନ୍ତୁ ଆଇନପଞ୍ଝାରେ ଫଶିଯାଇଛନ୍ତି । ତାଙ୍କୁ ସମନ ପରେ ଯଦି ବେଲ ନ ମିଳେ ତେବେ ଗିରଫ ହେବେ ବିଜେଡିର ଏଇ ପାୱାରଫୁଲ୍ ବିଧାୟକ । ଏବେ ବଡ଼ ପ୍ରଶ୍ନ କାହିଁକି ପ୍ରତାପଙ୍କୁ ଘଣ୍ଟ ଘୋଡାଇଛି ବିଜେଡି, କାହିଁକି ପ୍ରଶ୍ନ କଲେ ଉତ୍ତର ଦେଉନାହାନ୍ତି ବିଜେଡିର କୁହାଳିଆ ନେତା, କେବେ ବିଦା ହେବେ ପ୍ରତାପ ।