ଅଧିକ ଖବର ପଢନ୍ତୁ: DJ ଆଜେସ୍କଙ୍କ ମୃତ୍ୟୁ ମାମଲା, ପ୍ରେମିକାଙ୍କୁ ପଚରାଉଚରା କରିବ ପୋଲିସ
ଡିଜେ ଆଜେକ୍ସଙ୍କ ଏଭଳି ଚାଟ ପାଇଲା ପୋଲିସ। ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ହୋଇପାରେ ଜେରା। ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ହେବ ପଚରାଉଚରା। ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ। ୟୁନିଟ ୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ। ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ। ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ। ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୋଲିସ। ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ।