ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏନେଇ ଟାଉନ ଥାନାରେ ଏତଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି । ଏନେଇ ପରିବାର ଲୋକେ ଏକ ପ୍ରେସମିଟରେ ବର୍ଷିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ନ୍ୟାୟ ନମିଳିଲେ ମାନବାଧିକାର କମିଶନ ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଛନ୍ତି ।
ନ୍ୟାୟ ଭିକ୍ଷା କଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଭୁଲ ଚିକିତ୍ସା ପାଇଁ ଚାଲିଗଲା ଛାତ୍ର ଜୀବନ । ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବସନ୍ତିଆ ଗାଁର ଶୁଭେନ୍ଦୁ ରାଉଳଙ୍କୁ ଜ୍ବର ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଭଦ୍ରକ କଲେଜ ଛକ ନିକଟରେ ଥିବା ଏକ କ୍ଲିନିକୁ ନେଇଯାଇଥିଲେ । ଏହାପରେ ତାଙ୍କୁ ଏକ ଇଞ୍ଜେକସନ ଦିଆଯାଇଥିଲା । ମାତ୍ର ଶୁଭେନ୍ଦୁଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ପରେ ତାଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।
Download Argus News App
