ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ଏହି ଦୁଇ ପ୍ରକାର ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୪୦ ରୁ ୫୦କିମି ରହିବ। ବର୍ଷାକୁ ନେଇ ୧୩ ଜିଲ୍ଳା କୁ ୟେଲୋ ଓାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଂଜାମ, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର , ଭଦ୍ରକ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର । ସେହିପରି ଆସନ୍ତାକାଲି ଉପକୂଳର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ଶୁଖିଲା ରହିବ। ଏହି ସମୟରେ ପବନର ବେଗ ୪୦ ରୁ ୫୦କିମି ରହିବ ।
ବର୍ଷାକୁ ନେଇ ୧୭ ଜିଲ୍ଳାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଗଞ୍ଜାମର ଆସ୍କା ରେ ସର୍ବାଧିକ ୬୧ ପ୍ରତିଶତ ବା ବର୍ଷା ରେକର୍ଡ ହୋଉଛି। ସେହିପରି ଆସନ୍ତାକାଲି ୨୪ ଘଣ୍ଟାରେ ୧୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଦିଗରେ ଉପରେ ତାପମାତ୍ରା ରହିଛି । ଏହାକୁ ନେଇ ବଲାଙ୍ଗୀରିରେ ସର୍ବାଧିକ ୪୩ .୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଜୁନ ୧ ତାରିଖ ଯାଏ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ।
ଅଧିକ ପଢନ୍ତୁ ଓଡିଶା ଖବର