ବାରବାଟୀ ଧଉଳି ଏକ୍ସପ୍ରେସ
ପେନସିଲ ମୁନରେ କଳାକୃତି କରି ଯୋଗ ଦିବସର ବାର୍ତ୍ତା ଦେଲେ ଈଶ୍ୱର ରାଓ

ଭୁବନେଶ୍ୱର: ପୁଣି ପେନସିଲ ମୁନରେ ଚିତ୍ର କରି ରେକର୍ଡ କରିଲେ ଜଟଣୀ ର ଏଲ ଈଶ୍ୱର ରାଓ । ଏଥର ନିଜର ସୂକ୍ଷ୍ମ କଳାରେ ସେ ଜନ ସମାଜକୁ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ରାତି ପାହିଲେ ବିଶ୍ୱ ଯୋଗ ଦିବସ ଏହି ଅବସରରେ ସେ ପେନସିଲ ମୁନରେ ଆଙ୍କିଛନ୍ତି ଯୋଗର ଚିତ୍ର । ମାତ୍ର 6 ଘଂଟାରେ 1 ସେଣ୍ଟିମିଟରର ଏହି ଚିତ୍ରରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ଈଶ୍ୱର ।
ବର୍ତ୍ତମାନ କରୋନା ମହାମାରୀ ସମୟରେ ସମସ୍ତେ ଯୋଗ କରି ଫିଟ ରହିବା ପାଇଁ ସେ ଅନୁରୋଧ କରିଛନ୍ତି । ଆଗରୁ ସେ ପେନସିଲ ମୁନରେ ଚିତ୍ର କରିବା ପାଇଁ ଦିନେ ଦୁଇ ଦିନ ସମୟ ନେଉଥିବା ବେଳେ ଏବେ ମାତ୍ର କିଛି ଘଂଟାରେ ସେ ଏହା କରି ପାରୁଛନ୍ତି ।
Download Argus News App
