ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଗଣେଷକୁ ଥାନାରେ ଅଟକ ରଖିଥିଲେ । ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ସେହି ସମୟରେ ଗଣେଶଙ୍କ ନିକଟରେ କେହି ନଥିବାବେଳେ ସେ ନିଜ ବେଲ୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରେ ଚିତ୍କାର ଶୁଣି ପୋଲିସ କର୍ମଚାରୀ ତାଙ୍କୁ MKCG ମେଡିକାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଗଣେଷ ଆତ୍ମହତ୍ୟା କଲା ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ଦିଗ ଲୁଚି ରହିଛି । ଗୋଳନ୍ଥରା ଥାନାକୁ ନେଇ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।