ମନ କି ବାତରେ ପ୍ରଶଂସା ପାଇଥିବା ସିଲୁ ସାରଙ୍କ ସହ ସ୍ୱତନ୍ତ୍ର ଆଲୋଚନା
ମାଲକାନଗିରି : ଏମିତି ବି ଆସେ ମୃତ୍ୟୁ । ଝରଣାର ପଥରରେ ଖସୁଥିବାବେଳେ ପଥରରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ । ମୃତ୍ୟୁ ଲାଇଭ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେହେରାଗୁଡା ୱାର୍ଟରଫଲରେ ଏହି ଅଭାବନୀୟ ଘଟଣା ଘଟିଛି ।
ମାଲକାନଗିରି ।ମୃତକ ଏମ.ଭି-26 ଗାଁର ବିଜୁ ମଣ୍ଡଳ , ସାଙ୍ଗମାନଙ୍କ ସହ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଝରଣାର ପଥରରେ ଖସୁଥିବାବଳେ ସାଙ୍ଗମାନେ ତାଙ୍କର ଭିଡିଓ କରୁଥିଲେ । ଏହି ସମୟରେ ହଠାତ ପଥରରେ ବାଡେଇ ହୋଇ ବିଜୁ ତଳେ ପଡିଯାଇଥିଲେ ।
ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଏମ.ଭି-21 ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ କୋରାପୁଟ ନେବା ବାଟରେ ମାଥିଲିଠାରେ ତାଙ୍କର ମୃତ୍ୟୁ ଘଟିଥିଲା