ସୌଭାଗ୍ୟକୁ ବେକ କଟିଗଲା, ଜୀବନ ବଞ୍ଚିଗଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଯୁବକଙ୍କୁ ସ୍ଥାନୀୟ ଏକ ମେଡିସିନ୍ ଦୋକାନାରେ ଚିକିତ୍ସା କରାଇ ସୁସ୍ଥ କରାଯାଇଥିଲା। ଯୁବକଙ୍କ ଭିତରୁ ଜଣଙ୍କ ନାଁ ହେଛଛି ସ୍ବୟଂ ରାୟ ଚୌଧୁରୀ। ଯିଏ କି ଏବେ ‘ଲ’ କରୁଛନ୍ତି।
ସୂଚନାଯୋଗ୍ୟ, ମାଞ୍ଜା ସୂତା ଅଘଟଣା କିଛି ଦିନ ତଳେ କଟକରେ ଦେଖିବାକୁ ମିଳିଥିଲା। ଡିସେମ୍ବର ୨୬ ତାରିଖ କଟକ ଜଗତପୁର ଅଞ୍ଚଳ। ପୀର ବଜାର ନିକଟରେ ଘଟିଥିଲା ଅଘଟଣ । ମାଞ୍ଜା ସୂତାରେ କଟି ଜୟନ୍ତ ସାମଲ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯାହାଙ୍କ ଘର ସ୍ଥାନୀୟ ଭୟରପୁରଠାରେ ।
ଅପରାହ୍ନରେ ଜୟନ୍ତ ନିଜ ବାଇକ ଯୋଗେ ନବ ବିବାହିତ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯିବା ବେଳେ ଏହି ଅଘଟଣ ଘଟିଥିଲା । ପୀର ବଜ଼ାରଠାରେ ତାଙ୍କ ବେକରେ ସୂତା ଗୁଡେଇ ହୋଇଯାଇଥିଲା। ଏବଂ ତାଙ୍କ ବେକ କଟିଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।