ଖାଲି ସେତିକି ନୁହେଁ ,ଗେମ ଖେଳି ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାକୁ ପ୍ରବର୍ତ୍ତାଉଥିବା ଏହି ଠକ ଅନଲାଇନରେ ଜଣେ ଯୁବକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ଅଭିଯୋଗ ଆସିଥିଲା । ଶିକ୍ଷିତ ଯୁବକ ଯୁବତିଙ୍କୁ ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ୫୧ ହଜାର ଟଙ୍କା ସହ ୩ଟି ଫୋନ ହଡପ କରିଥିବା ଜଣେ ଯୁବକ ପାଖରୁ ଜବତ ମଧ୍ୟ କରାଯାଇଥିଲା । ଏହିପରି ଅନେକ କିଛି ଠକେଇ ଘଟଣା ସାମ୍ନାକୁ ଆସୁଛି । ତେବେ ଏଯାବତ ୩୦ରୁ ଉର୍ଦ୍ଧ୍ ଓଡିଆ ଯୁବକ ଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବଢୁଛି ଓଡିଆ ସାଇବର ଠକଙ୍କ ସଂଖ୍ୟା, ବର୍ଷକରେ ୩୦ରୁ ଉର୍ଦ୍ଧ ଗିରଫ

ଅର୍ଗସ ବ୍ୟୁରୋ: ସାଇବର ଠକେଇରେ ଓଡିଆ ଯୁବକଙ୍କ ସଂପୃକ୍ତି ବଢିବାରେ ଲାଗିଛି । ଜମତରା ଗ୍ୟାଙ୍ଗଠାରୁ କୌଶଳ ଶିଖି ସେମାନେ ଠକେଇ କରୁଥିବା ସୂଚନା ମିଳିଛି । ଏହି ଠକେଇ ଚେର ରାଜଧାନୀ ରୁ ମୁମ୍ବାଇ ଯାଏଁ ଲମ୍ବିଛି । ବିଭିନ୍ନ ନୂଆ ନୂଆ କୌଶଳ ବ୍ୟବହାର କରି ସେମାନେ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ବେନାମୀ ସିମରେ ଫୋନ କରି ଲୋକମାନଙ୍କ ସହ ହିନ୍ଦୀ ,ବଙ୍ଗଳାରେ କଥା ହୋଇ ସେମାନଙ୍କ ଠାରୁ ଟଙ୍କା ଆଣୁଛନ୍ତି । ଏମିତିକି କିଛି କିଛି ଆକାଉଣ୍ଟକୁ ପୁରା ଶୂନ୍ୟ କରିଦେଉଛନ୍ତି । ସେହିପରି ଅନ୍ୟ ରାଜ୍ୟର ସାଇବର ଠକ ମାନଙ୍କୁ କମ ମୂଲ୍ୟରେ ସିମ ଯୋଗାଇ ଦେଉଛନ୍ତି ଏହି ଓଡିଆ ସାଇବର ଠକ । ଏହା ପରେ ପ୍ରି ଆକ୍ଟିଭେଟେଡ ସିମ ଗୁଡିକ ଅନ୍ୟ ରାଜ୍ୟ ରେ ରହି ଅପଡେଟ କରୁଛନ୍ତି ।
Download Argus News App
