ସହାୟତା ଅପେକ୍ଷାରେ ଅକ୍ଷୟ ...
ସୁନ୍ଦରଗଡ଼ : ସେଲଫି ନେବାବେଳେ ଭାସିଗଲେ ଯୁବତୀ। ସୁନ୍ଦରଗଡ଼ ଇବ ନଦୀରେ ଯୁବତୀ ସେଲଫି ନେବା ବେଳେ ଭାସିଯିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପିକନିକ ଯାଇଥିବା ବେଳେ ରାଜଗାଙ୍ଗପୁର କୁମ୍ଭାରପଡାର ନିରୁପମା ପ୍ରଜାପତି ଇବ ନଦୀରେ ସେଲଫି ନେଉଥିଲେ । ତେବେ ସେଲଫି ନେଉଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ ।
ନିଖୋଜ ହେବାର ୨୨ ଘଣ୍ଟାର ପରେ ତିନି ଶହ ମିଟର ତଳେ ଏକ ପଥର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିରୁପମା ଏକ ପଥର ଉପରେ ଛିଡା ହୋଇ ମୋବାଇଲ ସେଲଫି ନେଉଥିଲେ । ଠିକ୍ ସେତିକିବେଳେ ଆଉ ଜଣେ ଯୁବକ ସେହି ସ୍ଥାନକୁ ଆସୁଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ନିରୁପମାକୁ ଧକ୍କା ଦେଇଥିଲେ । ଫଳରେ ନିରୁପମା ପାଣିରେ ଭାସିଯାଇଥିଲେ ।