ଅଧିକ ପଢନ୍ତୁ ଓଡ଼ିଶା ଖବର
ଓପେଲିପ୍ ପକ୍ଷରୁ ଟିମିଙ୍କୁ ମିଳିଥିଲା ୨୭ ହଜାର ଟଙ୍କାର ସରକାରୀ ସହାୟତା । ହେଲେ ବାବୁ ମାନଙ୍କୁ ଲାଞ୍ଚ ଦେବାକୁ ପଡ଼ିବ କହି ଟିମିଙ୍କଠାରୁ ୬୫୦୦ ଟଙ୍କା ନେଇଯାଇଥିଲେ ଓପେଲିପରେ କାମ କରୁଥିବା ରମେଶ ନାଲା । ଟଙ୍କାତ ନେଇଗଲେ ଆଉ କେମିତି ବ୍ୟବସାୟ କରିବି ବୋଲି ଜିଲ୍ଲାପାଳଙ୍କୁ ପଚାରିବାକୁ ନିୟମଗିରିରୁ ସୁଦୂର ରାୟଗଡ଼ା ଆସିଥିଲେ ଟିମି ପୁଷିକା । ତେବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ପରେ ସିଧାସିଧା ପଇସା ପଠାଇଥିଲି ପାଇଲକି ନାହିଁ ବୋଲି ପ୍ରଶ୍ନ କରିଥିଲେ ଟିମି ।
ପ୍ରଶାସନିକ ସ୍ତରରେ ସାଂଘାତିକ ଲାଞ୍ଚକାରାବାର ଚାଲିଥିବା ନେଇ ଯେତେବେଳେ ପ୍ରଶ୍ନ ଉଠିଲା ଟିମିଙ୍କ ଗାଁରେ ସଦଳବଳେ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ । ରମେଶ ନାଲାଠୁ ୬୫୦୦ ଟଙ୍କା ଆଣି ଟିମିଙ୍କୁ ଫେରାଇଦିଆଯାଇଥିବା ସେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଟିମିଙ୍କୁ ଟଙ୍କା ଫେରାଇଦେଲେ କଣ ଦୋଷ ଧୋଇହୋଇଗଲା । ରମେଶ ନାଲା କାହିଁକି ଟିମିଙ୍କଠାରୁ ଟଙ୍କା ନେଇଥିଲେ । ଯଦି ସେ ଜିଲ୍ଲାପାଳଙ୍କ ନାଁରେ ମିଛ କହି ଟିମିଙ୍କଠାରୁ ଟଙ୍କା ନେଇଥିଲେ ଏହା ତ ଅତି ସାଂଘାତିକ ଅଭିଯୋଗ । ରମେଶ ନାଲା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ନା ସରକାରୀ ବାବୁମାନଙ୍କର ସଂପୃକ୍ତି ରହିଛି ବୋଲି ସହଦେବକୁ ସୁରକ୍ଷା ଦେଲେ ଅତିରିକ୍ତ ଜିଲ୍ଲାପାଳ ।