ଭୁବନେଶ୍ୱର: ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ କାଳିମାଡ଼ ଚେତାବନୀ । ଅଉ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ଼ ଚେତାବନୀ । ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଏହା ସହ ଭୁବନେଶ୍ୱରରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ କାଳି ମାଡ଼ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ ।
ଆଜି ଯୁବ କଂଗ୍ରେସ ପକ୍ଷରୁ ଏଭଳି କଡ଼ା ଚେତାବନୀ ଦିଆଯାଇଛି । ଶତାଧିକ ଯୁବ କଂଗ୍ରେସ କର୍ମୀ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରିଥିଲେ । ଶତାଧିକ କଂଗ୍ରେସ କର୍ମୀ ଦିବ୍ୟଶଙ୍କରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷାଦ୍ଗାର କରି ଟମାଟ ମାଡ଼ କରିଛନ୍ତି । ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ଓ ପୁରୀ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି କଂଗ୍ରେସ ଏଭଳି ବିକ୍ଷୋଭ କରିଛି । ମୁଣ୍ଡରେ କଳାପଟି ବାନ୍ଧି ବିଭିନ୍ନ ନାରାବାଜି କରି ପ୍ରତିବାଦ କରିଥିଲେ ବିକ୍ଷୋଭକାରୀ । ଏହାସହ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି ଦଳ । କଂଗ୍ରେସର ଭୁବନେଶ୍ୱର ମଧ୍ୟ ବଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୋଲିସ 20 ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।
ଅର୍ଗସ ବ୍ୟୁରୋ : ରକ୍ତ ପାଇଁ ଗଲା ଜୀବନ । କେତେ ବେଳେ ରକ୍ତ କାହାର ଜୀବନ ବଞ୍ଚଉଚି ତ ଆଉ କେତେ ବେଳେ ରକ୍ତ ନ ମିଳିବାରୁ ଜୀବନ ଚାଲି ଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଏକ ଘରୋଇ ହସ୍ପିଟାଲ କେନ୍ଦୁଝର ହସ୍ପିଟାଲ ତଥା ପହି ନର୍ସିଂ ହୋମରେ । ମହିଳା ଜଣକ ଗର୍ଭାଶୟରେ ଟ୍ୟୁମର ଅପରେସନ ପାଇଁ ଆସିଥିଲେ ସେପ୍ଟେମ୍ବର ୨୪ ତାରିଖରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ ହୋଇ କିଛି ଦିନ ରହିବା ପରେ ପ୍ରାଇଭେଟ୍ ହସ୍ପିଟାଲର ଦଲାଲଙ୍କ କବଳରେ ପଡ଼ି ଥିଲେ । ଏହାପରେ ଦଲାଲ ମାନେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଲାପ୍ରୋସ୍କୋପିକ ଅପରେସନ ବିଏସକେଓ୍ବାଆଇରେ ମାଗଣାରେ କରିଦେବେ ବୋଲି କହି ଚର୍ଚ୍ଚ ଛକ ନିକଟରେ ଥିବା କେଉଁଝର ହସ୍ପିଟାଲ ବା ପହି ନର୍ସିଂ ହୋମକୁ ଗତ ଶନିବାର ତଥା ସେପ୍ଟେମ୍ବର ୩୦ ତାରିଖ ରେ ନେଇ ଆଡ଼ମିଶନ କରାଇ ଦେଇଥିଲେ । ହେଲେ ଏଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳା ଜଣକ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତ ।
ଅପରେସନ ପୂର୍ବରୁ ଟେଷ୍ଟ ପାଇଁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ତଥା ବ୍ଲଡ଼ ଗୃପିଙ୍ଗ ଟେଷ୍ଟ କରିବା ଡାକ୍ତର ଜଣକ ଭୁଲି ଗଲେ । ମୃତକ ଜଣକ ନଳିନୀ ମହାନ୍ତଙ୍କ ସ୍ତ୍ରୀ ପୁଷ୍ପଲତା ମହାନ୍ତ ବାରିଆ ଥାନା ଅଧୀନସ୍ଥ ବୁଗୁଡ଼ା ଗ୍ରାମର । ମୃତକଙ୍କ ପରିବାର ଲୋକ କହିବା କଥା ସେ ଦଲାଲଙ୍କ କଥାରେ ଆମେ ଏହି ଘରୋଇ ହସ୍ପିଟାଲକୁ ଆଣିଥିଲୁ । ଗତକାଲି ଅପରେସନ ପରେ ରାତି ୧୧ଟା ରେ ହଟାତ AB-ve ବ୍ଲଡ଼ ଆଣିବାକୁ କହିଥିଲେ । ପରେ ମହିଳା ଜଣକ ଗୁରୁତ୍ଵର ହେବାରୁ ସଙ୍ଗେ ସଙ୍ଗେ କଟକ ନେବା ପାଇଁ କହିଥିଲେ । ଆଉ ଅଧ ବାଟରେ ଚାଲିଯାଇଥିଲା ଜୀବନ । ଆଉ ଏବେ ପରିବାର ଲୋକ ନର୍ସିଂ ହୋମ ସମ୍ମୁଖରେ ମୃତ ଦେହକୁ ରଖି ନର୍ସିଂ ହୋମ କତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
କୋରାପୁଟ: ବୈପାରୀଗୁଡା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବ୍ରିଜ । ବୈପାରୀଗୁଡା ବ୍ଲକ ହଳଦିକୁଣ୍ଡ ପଞ୍ଚାୟତର ଘିଅରିଆଗୁଡା ଗ୍ରାମରୁ ତାଲୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଥିବା ବ୍ରିଜଟି ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଯାହାଫଳର ଗୁପ୍ତେଶ୍ୱର, ସିରିବେଡା, ତାଲୁର, ଡାଙ୍ଗରିଗୁଡା ଭଳି 4 ରୁ ପାଞ୍ଚ ଖଣ୍ଡ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଏହି ବ୍ରିଜଟି ଭାଙ୍ଗିଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ କୈଣସି ପ୍ରଶାସନିକ ଅଧିକାରି ପହଁଚି ନାହାନ୍ତି । କିମ୍ୱା ଏହାର ମରାମତି କାମ ଆରମ୍ଭ ହୋଇନାହିଁ । ଗ୍ରାମବାସୀ ଏହି ବ୍ରିଜର ମରାମତି ପାଇଁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ଆଜି ବିଜୁ ଜନତା ଦଳ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛି । ଏଇଟା “ଜନସମ୍ପର୍କ ଅଭିଯାନ ନୁହେଁ, ବିଜେଡିର ଜନପ୍ରତାରଣା ଅଭିଯାନ” । ୨୩ ବର୍ଷରେ ରାଜ୍ୟର ବିକାଶ ନୁହେଁ ବିନାଶ କରିଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫୦୦କୋଟି ଟଙ୍କା ଜନଶୁଣାଣି ଅଭିଯାନରେ ଖର୍ଚ୍ଚ କଲେ, ତାହା କ’ଣ ବିଫଳ ହୋଇଗଲା କି? ଏବେ ବିଧାନସଭା ସମ୍ମୁଖକୁ ଶିକ୍ଷକ, ଗାଁ ସାଥୀ, ସରପଂଚ, ସମିତି ସଭ୍ୟ, ଆୟୁଷ ଡାକ୍ତର, ଆଉଟ ସୋର୍ସିଙ୍ଗ, ଠିକା କର୍ମଚାରୀ, ମିଶନଶକ୍ତି, ପାରା ମେଡିକାଲ ଷ୍ଟାଫ, ଅଙ୍ଗନୱାଡି କର୍ମୀ, ଆଶା, ପାଚିକା, କଲେଜ ଅଧ୍ୟାପକ, ଡ୍ରାଇଭରମାନେ ସେମାନଙ୍କ ଦାବି ପୂରଣ ପାଇଁ ଆସିଥିଲେ । ସେମାନଙ୍କ ସହିତ ନା କୌଣସି ଜନସମ୍ପର୍କ କରାଗଲା ନା କୌଣସି ଜନଶୁଣାଣି କରାଗଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଜେଡି ନେତାମାନେ ଏବେ ସେହି ପରିବାରମାନଙ୍କୁ ଜନସମ୍ପର୍କ ଅଭିଯାନ ସମୟରେ କ’ଣ ଉତର ରଖିବେ? ୨୦୧୪ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୨୨ସୁଦ୍ଧା ଓଡ଼ିଶାରେ କେହି କଚ୍ଚା ଘରେ ରହିବେ ନାହିଁ, କୁଆଡେ ଗଲା ସେହି ପ୍ରତିଶ୍ରୁତି । ସେହିପରି ୨୦୧୪ରେ କହିଥିଲେ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି, କୁଆଡେ ଗଲା ସେହି ପ୍ରତିଶ୍ରୁତି । ୨୦୧୪ରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଟଙ୍କା ଫେରାଇଦେବେ ବୋଲି କହିଥିଲେ, କୁଆଡେ ଗଲା ସେହି ୩୦୦କୋଟି ଟଙ୍କାର କର୍ପସ ଫଣ୍ଡ? ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଠିକା ନିଯୁକ୍ତି ହଟିଗଲା ବୋଲି, କୁଆଡେ ଗଲା ସେହି ପ୍ରତିଶ୍ରୁତି? ବିଜୁ ଜନତା ଦଳ ସରକାର କେବଳ ପ୍ରତାରଣା ଦେଇ ଜାଣିଛି । କାଳିଆ ଯୋଜନାରେ ବର୍ଷକୁ ଚାଷୀକୁ ୧୦ହଜାର ଟଙ୍କା ଦେବା କହି ଦେଉଛନ୍ତି ୪ହଜାର ଟଙ୍କା । ୨୦୧୮ରେ ମହାନଦୀରେ ୭ଟି ବ୍ୟାରେଜ ଓ ୨୨ଟି ଅନ୍ୟ ପ୍ରକଳ୍ପ କରିବୁ ବୋଲି ଘୋଷଣା କରିଥିଲେ, କୁଆଡେ ଗଲା ସେହି ପ୍ରତିଶ୍ରୁତି? ଆଜି ସେମାନଙ୍କର ଏହି ଜନସମ୍ପର୍କ ଅଭିଯାନ ବାସ୍ତବରେ ଜନପ୍ରତାରଣା ଅଭିଯାନ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ଗରୀବ ଲୋକମାନଙ୍କ କଲ୍ୟାଣ ଯାହା ହେଉଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି । ଓଡ଼ିଶାରେ ୨୮ଲକ୍ଷ ପକ୍କାଘର ନିର୍ମାଣ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ । ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ “ମୋ ଘର” ଯୋଜନା ସମ୍ପୂର୍ଣ୍ଣଭାବେ ବିଫଳ । ପିଇବା ପାଣି ମିଳୁଛି କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ । କୁଆଡେ ଗଲା ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ରାଜ୍ୟର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ ମିଳୁଛି । ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ସଂଯୋଗ ମିଳିଛି । ଉଜ୍ଜ୍ୱଳା ଯୋଜନାରେ ମାଗଲା ଗ୍ୟାସ ମିଳିଛି । ସବୁ କେନ୍ଦ୍ର ସରକାର ଯୋଜନାରେ ହେଉଥିବାବେଳେ ବିଜୁ ଜନତା ଦଳ କେଉଁ ପ୍ରସଙ୍ଗରେ ଏବେ ଜନସମ୍ପର୍କ ଅଭିଯାନ କରିବା ପାଇଁ ବାହାରିଛି ତାହା ବୁଝିହେଉନାହିଁ ।
ଓଡ଼ିଶାରୁ ୩୦ଲକ୍ଷ ଲୋକ ଦାଦନ ଯାଉଛନ୍ତି । ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ଏକ ନମ୍ବର । ଓଡିଶାର ଚାଷୀ ଦେଶର ସବୁଠାରୁ ଅଧିକ ଗରିବ । ମିଶନଶକ୍ତି ଯୋଜନାରେ ଥିବା ମହିଳାଙ୍କର ହାରାହାରି ରୋଜଗାର ହେଉଛି ଦିନକୁ ମାତ୍ର ୩ଟଙ୍କା । ୨୩ବର୍ଷର ନିରବଚ୍ଛିନ୍ନ ଶାସନ କ୍ଷମତାରେ ଏହା କ’ଣ ଓଡ଼ିଶାକୁ ନବୀନ ବାବୁଙ୍କ ଉପହାର କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର ଯେଭଳି ଏକ ସରକାରର ପ୍ରୋପାଗଣ୍ଡା ମିନିଷ୍ଟ୍ରି କରି ମିଛ ପ୍ରଚାର କରୁଥିଲେ ସେମିତି ନବୀନ ବାବୁଙ୍କ ସିଏମ୍ଓ ଏବେ ମିଛ ପ୍ରଚାରରେ ଲାଗିଛି । ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମରେ ଗୋଟିଏ ମାସରେ ୧୧ଟି ରାଜନୈତିକ ହତ୍ୟାକାଣ୍ଡ ହୋଇସାରିଲାଣି । ଢେଙ୍କାନାଳରେ ୫ଟି ହତ୍ୟାକାଣ୍ଡ ଘଟିସାରିଲାଣି । ସବୁ ଘଟଣାରେ ଶାସକ ଦଳର ନେତାଙ୍କ ହାତ ଅଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଇନ କାନୁନ ଠିକ୍ ଅଛି । ଏପଟେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି । କେବଳ ପ୍ରୋପାଗଣ୍ଡା ମିନିଷ୍ଟ୍ରିମାନେ ହିଁ ଏଭଳି କହିପାରନ୍ତି । ବିଜୁ ଜନତା ଦଳର ସମସ୍ତ ବିଧାୟକ ଜନବିରୋଧୀ । ମାହାଙ୍ଗାର ବିଧାୟକ ପ୍ରତାପ ଜେନା ୩ଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ବିଧାୟକ ଅରୁଣ ସାହୁଙ୍କ ନାଁରେ ପରୀ ହତ୍ୟାକାଣ୍ଡ ମାମଲାର ଅଭିଯୋଗ ଅଛି । ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ସାମ୍ନାକୁ ଆସିଥିଲା । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ନିମାପଡା ବିଧାୟକ ସମୀର ଦାସଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇସାରିଛି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କର ଏସ୍ସିଏଫ ସୌମ୍ୟରଞ୍ଜନ ହତ୍ୟାକାଣ୍ଡରେ ସମ୍ପୃକ୍ତି କଥା ସୌମ୍ୟରଞ୍ଜନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଳଚେର ବିଧାୟକ ବ୍ରଜ ପ୍ରଧାନ, ବିଧାୟକ ବିଜୟ ଶଙ୍କର ଦାସ, ବିଧାୟକ ଶ୍ରୀକାନ୍ତ ସାହୁ ଏମାନେ ସମସ୍ତେ ମହିଳା ନିଯ୍ୟାତନା, ମହିଳା ବିରୋଧୀ ହିଂସାରେ ଅଭିଯୁକ୍ତ । ଏବେ ଏହି ଜନବିରୋଧୀ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପଠାଉଛନ୍ତି ଜନସମ୍ପର୍କ କରିବା ପାଇଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।