ପୋଲିସ ପ୍ରଶାସନ ସରକାରଙ୍କ ହାତ ବାରିସୀ ସାଜିଛି। ଛୋଟ କିରାଣୀଙ୍କୁ ନିଲମ୍ବନ କରାଯାଉଛି ହେଲେ ନବୀନ, ଦିବ୍ୟଶଙ୍କର ଙ୍କୁ କାହିଁକି ନିଲମ୍ବନ କରୁନାହାନ୍ତି, ସେହିପରି ପୋଲିସ ଡିଜି କାହିଁକି ମନ୍ତ୍ରୀଙ୍କୁ ଜେରା କରୁନାହାନ୍ତି ବୋଲି କଂଗ୍ରେସ କହିଛି।
ଅର୍ଗସ୍ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆସନ୍ତା ୨୬ ତାରିଖରେ କଟକ ପୋଲିସ ଡିଜି ଅଫିସ ଘେରାଉ କରିବ ଯୁବ କଂଗ୍ରେସ। ଦଳ କହିଛି ଯେ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଛି, କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କଲେନି।
ପୋଲିସ ପ୍ରଶାସନ ସରକାରଙ୍କ ହାତ ବାରିସୀ ସାଜିଛି। ଛୋଟ କିରାଣୀଙ୍କୁ ନିଲମ୍ବନ କରାଯାଉଛି ହେଲେ ନବୀନ, ଦିବ୍ୟଶଙ୍କର ଙ୍କୁ କାହିଁକି ନିଲମ୍ବନ କରୁନାହାନ୍ତି, ସେହିପରି ପୋଲିସ ଡିଜି କାହିଁକି ମନ୍ତ୍ରୀଙ୍କୁ ଜେରା କରୁନାହାନ୍ତି ବୋଲି କଂଗ୍ରେସ କହିଛି।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି