ଏହି ଦୃଶ୍ୟ ଦେଖି ତାଙ୍କର ପରିବାର ଲୋକେ ଯୁବକ ଙ୍କୁ ଉଦ୍ଧାର ଜରିବା ପାଇଁ ଚିତ୍କାର କରିଥିଲେ । ଖବର ପାଇ ମନ୍ଦିର କର୍ମଚାରୀ ଓ ସ୍ଵେଚ୍ଛାସେବି ମାନେ ଭିମଧାର ଆଡକୁ ଦୌଡ଼ି ଥିଲେ । ଏହା ସହିତ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅତି କଷ୍ଟରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନା କୁ ଆଣିଥିଲେ ।
ଯୁବକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କାରଣରୁ ପାଇକମାଲ ରୁତାଙ୍କୁ ପଦ୍ମପୁର ଉପାଖଣ୍ଡ ଚିକିତ୍ସାଳୟକୁ ରେଫର କରି ଦିଆଯାଇଥିଲା । ପଦ୍ମପୁରରେ ଡାକ୍ତର ଶ୍ରୀରାମକୁ ମୃତ ଘୋଷଣା କରିଥିଲେ । ଯୁବକର ମୃତ୍ୟୁ ଖବର ପାଇ ପାଇକମାଲ ପୋଲିସ ପଦ୍ମପୁର ଡାକ୍ତରଖାନାକୁ ପହଞ୍ଚି ସାରିଛି । ଆଗକୁ ନିୟମ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ କହିଛନ୍ତି । ଯୁବକଙ୍କର ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: