ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଛକ ମାନଙ୍କରେ ଚେକିଂ ବ୍ୟତିତ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଦୂର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ଦୁବେଇଗଣ୍ଡାରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକର ମୃତ୍ୟୁ । ଯୁବକ ଜଣଙ୍କ ନାଁ ଦେବାଶିଷ ଜେନା ଓ ସେ ମାମୁଁ ଘରେ ପିଲାଦିନୁ ରହି ଆସୁଥିଲେ ।
ଦେବାଶିଷଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାହାଣିଆ ଗ୍ରାମରେ ହୋଇଥିବାବେଳେ ସେ ପିଲାଦିନୁ ପହଙ୍ଗା ସ୍ଥିତ ଅମିତ୍ମା ମଲିକଙ୍କ ଘରେ ରହି ବ୍ୟସନଗର କଲେଜରେ ପାଠ ପଢୁଥିଲେ । ଗ୍ରାମର ଯୁବକମାନଙ୍କ ସହ ଆଜି ଅପରାହ୍ନରେ ଦୂର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପାଣିରେ ବୁଡି ଯାଇଥିଲେ ।
ବିସର୍ଜନର ଦୁଇ ଘଣ୍ଟା ପରେ ଦେବାଶିଷଙ୍କୁ ଖୋଜି ନ ପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ କରି ଦେବାଶିଷଙ୍କୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ ।
ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଛକ ମାନଙ୍କରେ ଚେକିଂ ବ୍ୟତିତ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦେଖିଲେ , ଆଶ୍ଚର୍ଯ୍ୟ ହେଲେ ଓ ପ୍ରଶଂସାରେ ଶତମୁଖ ହେଲେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ। ଓଡ଼ିଶା ପ୍ରସିଦ୍ଧ ରୁପଦେଇପୁର ନାଗାଯାତ୍ରା ଉତ୍ସବରେ ଯୋଗ ଦେଇ ବିଭୋର ହେଲେ ଅନୁ। ପୁରୀ ଜିଲ୍ଲା ପିପିଲି ରୁପଦେଇପୁର ନାଗାଯାତ୍ରାର ରହିଛି ସ୍ଵତନ୍ତ୍ର ପରିଚୟ, କାରଣ ଏତେ ସଂଖ୍ୟାରେ ନାଗା ନାଚ ପ୍ରଦର୍ଶନ ହେବା ଅନ୍ୟ କେଉଁ ଠାରେ ଦେଖିବକୁ ମିଲେନି। ଏଠାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ୭୫ ବର୍ଷୀୟ ବୃଦ୍ଧ ମଧ୍ୟ ନାଗା ନାଚ କଳାରେ ପାରଙ୍ଗମ।
ପୁରୀ ଶ୍ରୀମନ୍ଦିର ଭଳି ପିପିଲି ରୁପଦେଇପୁର ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ସମାନ ପରମ୍ପରା ଅନୁଷ୍ଠିତ ହୁଏ। ସ୍ନାନପୂର୍ଣ୍ଣମୀ ଠାରୁ ତିନିଦିନ ଧରି ପ୍ରଚଳିତ ପରମ୍ପରା ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ହେଉଥିବା ବେଳେ ଶେଷ ଦିନରେ ନାଗାନାଚ ଅନୁଷ୍ଠିତ ହୁଏ। ଯାହାକି ଅନ୍ୟ ସବୁ ନାଗା ଯାତ୍ରା ଠାରୁ ଭିନ୍ନ। ଗୋଟିଏ ଗୋଟିଏ ବଡ଼ ନାଗା ରେ ପ୍ରାୟ ୭୦ରୁ ୮୦ କେଜି ରୂପା ଖଚିତ ହୋଇଥିଲା ବେଳେ ୨୨ ଗୋଟି ନାଗା ଭିନ୍ନ ଭିନ୍ନ କୌଶଳରେ ନାଗାକଳା ପ୍ରଦର୍ଶିତ କରିଥାନ୍ତି। ସ୍ଥାନୀୟ ପ୍ରଚଳିତ ଲୋକକଥା ଅନୁସାରେ ପ୍ରାୟ ୫୦୦ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ କାଳକ୍ରମେ ରୁପଦେଇପୁର ନାଗା ପ୍ରସିଦ୍ଧ ଲାଭ କରିଛି। ରୁପଦେଇପୁର ବ୍ରାହ୍ମଣ ଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପ୍ରଥା ଦୀର୍ଘ ଦିନ ହେବ ଅନୁଷ୍ଠିତ ହେଉଥିଲେ ମଧ୍ୟ ଗ୍ରାମର ଅନ୍ୟ ସମସ୍ତ ଜାତିର ଲୋକେ ଭାଇଚାରା ସହ ଏହକୁ ପାଳନ କରିଥାନ୍ତି। ଚଳିତ ବର୍ଷ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ସ୍ଥାନୀୟ ବିଧାୟକ ମଧ୍ୟ ଚଳିତ ବର୍ଷ ଉତ୍ସବରେ ଯୋଗଦେଇ ନାଗାଯାତ୍ରାକୁ ମନଭରି ଉପଭୋଗ କରିଥିବା ଦେଖା ଯାଇଛି।
ବିଶେଷକରି ପୁରୀ ଜିଲ୍ଲାରେ ପ୍ରଚଳିତ ପରମ୍ପରାକୁ ନେଇ କିଛି ପ୍ରମୁଖ ମେଲଣ ବା ଯାନିଯାତ୍ରାକୁ ନେଇ ଲୋକମତ ରହିଛି ଯାହାକି ହରିରାଜପୁର ବାଣ, ବଳଙ୍ଗା ଦୋଳ, ଓ ଘୋରଡିଆ ତଗା ସାଙ୍ଗକୁ ରୁପଦେଇପୁର ନାଗା ପାଇଛି ସ୍ଵତନ୍ତ୍ର ଖ୍ୟାତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅନୁଗୁଳ: ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ବେଟି ବଚାଓ ବେଟି ପଢାଓ ଆଜି ସଫଳ ରୂପାୟନ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଏହାକୁ ସାକାର କରିବା ନେଇ ବାଳିକା ମାନଙ୍କୁ ପ୍ରଶିକ୍ଷଣ ଦେଇ ପରିଚୟ ଦେଇଛି ରାଷ୍ଟ୍ରାୟତ ଉଦ୍ୟଗ ଏନଟିପିସି । ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ସାମାଜିକ ଦାଇତ୍ଵ ବୋଧ ବିକାଶ ବିଭାଗ(CSR) ପକ୍ଷରୁ ୧୨୦ ଜଣ ବାଳିକାଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା ନେଇ ହୋଇଛି ସକ୍ଷମ । ଏନଟିପିସି ଆଖପାଖ ଅଞ୍ଚଳର କ୍ଷତିଗ୍ରସ୍ତ ୧୫ଟି ସରକାରୀ ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଚୟନ କରି ଏକ ମାସର ଶିକ୍ଷା ଦେବା ସହ ଛାତ୍ରୀ ମାନଙ୍କ ଅନ୍ତନିହିତ ଶକ୍ତି ବିକାଶ କାର୍ଯ୍ୟକ୍ରମ କରାଯାଇଛି। ୨୦୧୯ ମସିହାରେ ବାଳିକା ସଶକ୍ତିକରଣ ମିଶନ୍ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ୧୨୦ ଜଣ ଛାତ୍ରୀଙ୍କୁ ସାମିଲ କରାଯାଇଛି।
ଛାତ୍ରୀ ମାନଙ୍କୁ ଦିନଚର୍ଯ୍ୟା,ପାଠପଢା, ଯୋଗ, ଆତ୍ମରକ୍ଷା ପ୍ରଶିକ୍ଷଣ, ଚିତ୍ରାଅଙ୍କନ, ଡ୍ୟାନ୍ସ ଓ କମ୍ପ୍ୟୁଟର ଶିକ୍ଷା, ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଛାତ୍ରୀଙ୍କୁ ପ୍ରଦାନ କରି ପ୍ରତିଭାବାନ କରିଥାନ୍ତି। ଶିକ୍ଷା ଗ୍ରହଣ କରିଥିବା ଶ୍ରେଷ୍ଠ ବିବେଚିତ ୧୦ ଜଣ ଛାତ୍ରୀଙ୍କ ପାଠ ପଢାପାଇଁ ସମସ୍ତେ ଖର୍ଚ୍ଚ ମଧ୍ୟ ଏନଟିପିସି ବହନକରିଥାଏ । ଏହି ବାଳିକା ସଶକ୍ତିକରଣ ଅଭିଯାନ ଦ୍ୱାରା ଗ୍ରାମାଞ୍ଚଳର ବାଳିକା ମାନଙ୍କୁ ଦେଶ ତଥା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସାମିଲ ହୋଇପାରିବା ନେଇ ଲକ୍ଷ୍ୟରଖାଯାଇଛି ବୋଲି ଏନଟିପିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଏସ୍. ସୁନ୍ଦରମ୍ ସୂଚନା ଦେଇଛନ୍ତି । ଏହିଭଳି ଭାବରେ ବାଳିକା ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସମସ୍ତ ରାଷ୍ଟ୍ରାୟତ ଉଦ୍ୟେଗ ଗୁଡିକ ପ୍ରୟାସ ଜାରୀରଖିଲେ ଆଗାମୀ ଦିନରେ ଛାତ୍ରୀଙ୍କ ସହ ଅଭିଭାବକ ମାନେ ପ୍ରେରିତ ହେବା ସହ ନିଜ ଲକ୍ଷ୍ୟ ପୁରଣ କରିପାରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର