ଢଙ୍କାନାଳ: ମହଙ୍ଗା ପଡ଼ିଲା କମେଣ୍ଟ ମାରିବା । କମେଣ୍ଟ ମାରି ଇଲେକ୍ଟ୍ରିକ୍ ଖୁଣ୍ଟରେ ବନ୍ଧା ହେଲେ ଯୁବକ । ଏତିକିରେ ତାଙ୍କର ଦୁଃଖ ସରିଲା ନାହିଁ । ଯେଉଁ ଯୁବତୀଙ୍କୁ କମେର୍ଟ ମାରିଥିଲେ, ସେ ତାଙ୍କୁ ଜୋତା ମାଳ ପିନ୍ଧାଇବା ସହ ଚପଲରେ ଉତ୍ତମ ମଧ୍ୟମ ଦିଟା ଦେଇଥିଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡାର ଗାଁରେ ।
ଯୁବକ ଜଣଙ୍କୁ ଦଉଡିରେ ଏକ ଇଲେକ୍ଟ୍ରିକ୍ ଖୁଣ୍ଟରେ ବାନ୍ଧି ମାଡ ମାରୁଛନ୍ତି । ଯୁବକଙ୍କୁ ଜଣେ ମହିଳା ମଧ୍ୟ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି । ତେବେ ଏତିକିରେ ତାଙ୍କ ଦୁଃଖ ସରିଲା ନାହିଁ । ତାଙ୍କୁ ଏକ ଡାଲା ଅଟୋରେ ବସାଇ ଚପଲ ମାଳ ପକାଇ ଥାନାକୁ ନେଇଥିଲେ । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ଭାଇରାଲ ହେବା ପରେ ଯୁବକଙ୍କ ପକ୍ଷରୁ ପ୍ରଥମେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମଲା ଆଧାରରେ ପୋଲିସ ପ୍ରଥମେ ଝିଅର ଜେଜେ ମାଆଙ୍କୁ ଗିରଫ କରିଛି । ପରେ ଯୁବତୀଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି । ପୋଲିସ ଯୁବତୀଙ୍କ ଜେଜେମାଙ୍କୁ କୋର୍ଟ ଚାଲାଣ କରିଛି । ଉଭୟଙ୍କ ପକ୍ଷରୁ ଏତଲା ପରେ ପୋଲିସ ତଦନ୍ତ ଚଳାଇଛି । ଗିରଫ ଭୟରେ ଉଭୟ ପରିବାର ଲୋକେ ଫେରାର୍ ଥିବା ଜଣାପଡ଼ିଛି ।
ଅର୍ଗସ ବ୍ୟୁରୋ: ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟ ଠାରେ ତାଲାପକାଇ ଧାରଣାରେ ବସିବାପରେ ଡ୍ରେନ୍ ସଫା କରିଛନ୍ତି ପୌର କର୍ତ୍ତୃପକ୍ଷ। ଦୀର୍ଘଦିନ ଧରି ଡ୍ରେନ୍ ସଫା ନ ହେବାରୁ ଡ୍ରେନ୍ ପୋତିହୋଇ ଯାଇଛି। ଫଳରେ ବର୍ଷାହେଲେ ଡ୍ରେନ ପାଣି ଯାଇ ଲୋକଙ୍କ ଘରେ ପଶୁଛି।
ଘଟଣାକୁ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାମ ନହେବାରୁ ଆଜି ୭ନଂ ଓ୍ବାର୍ଡର ବିଜେଡି କାଉନସିଲର କୃଷ୍ଣ ଚନ୍ଦ୍ର ରଣା ପୌରପାଳିକା କାର୍ଯ୍ୟାଳୟ ଗେଟ୍ ତାଲାପକାଇ ଧାରଣାରେ ବସିଥିଲେ ଫଳରେ ଅଚଳ ହୋଇପଡିଥିଲା ପୌର କାର୍ଯ୍ୟାଳୟ। ଧାରଣାର ପରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପହଞ୍ଚିବା ପରେ କାଉନସିଲରଙ୍କୁ ଧାରଣାରୁ ଉଠାଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ପ୍ରକୃତ ସମସ୍ୟାକୁ ନିଜ ଆଖିରେ ଦେଖିବା ସହ ସ୍ଥାନୀୟ ଲୋକଙ୍କ ଠାରୁ ସମସ୍ୟା ବିଷୟରେ ଜାଣି ତୁରନ୍ତ ଏକ ଜେସିବି ମେସିନ ସହାୟତାର ଡ୍ରେନ୍ ସଫା କାମ ଆରମ୍ଭ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣିପୁର ପଂଚାୟତ ରଣପୁର ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ଗ୍ରାମର ରତ୍ନାକର ମହାନ୍ତିଙ୍କ 13 ବର୍ଷୀୟ ପୁଅ ଲିଖିଲ ମହାନ୍ତି ଦନ୍ତୋର ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ନୂତନ ଭାବେ ନିଜ ଘର କାମ ଚାଲିଥିବାରୁ ଘର ପାଖକୁ ଲାଗି ଏକ ପଲାରେ ସପରିବାର ଶୋଇଥିଲେ ।
ଗତକାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ଏକ ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ୨୦୨୪ ରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି। ଓଡିଶା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ। ଓଡ଼ିଶାରେ କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢ଼ିବ ବିଜେପି ଆଉ ଭଲ ଫଳାଫଳ ମଧ୍ୟ କରିବ।ଓଡ଼ିଶାକୁ କେଉଁଠି ଭେଦଭାବ କରିନୁ। ଗଣତନ୍ତ୍ରରେ ଜନତା ବଡ଼। ତେଣୁ ଓଡ଼ିଶାରେ ବିଜେପି ନିଜ ଦମରେ ଲଢି ଭଲ ଫଳାଫଳ କରିବ।
ନବୀନଙ୍କ ଜନବିରୋଧୀ ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କହିଲେ କେହି ଜନ ବିରୋଧୀ ହୋଇ ପାରିବେ ନାହିଁ। ସରକାର ବିରୋଧୀ ହୋଇଥିବେ। ବିଜେପି ଓ ମୋଦି ସରକାର ଗରିବ ଲୋକଙ୍କର । ବିଜେପି ଗରିବ କଲ୍ୟାଣ ପାଇଁ ଲୋକଙ୍କ ହିତ କଥା ଉଠାଉଛି। ଆମର କେମିତି ଜନ ବିରୋଧୀ ହେଲୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ମୋଦୀ ଜନବିରୋଧୀ କଥା କହି ନାହାନ୍ତି। ତେଣୁ ଜନ ବିରୋଧୀ ନୁହେଁ ବିରୋଧୀ ସରକାର କହିଥିବେ।
ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ। ଏହା ସହ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର। କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ 50000 କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ. କଂଗ୍ରେସ ସମୟରେ ମାତ୍ର 5000 କୋଟି ମିଳୁଥିଲା।ରାଜ୍ୟ ସରକାର ସେସବୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛନ୍ତି। ଏହା ମହିଳା ସଂରକ୍ଷଣ ବିଲ ଏବଂ ଜି ୨୦ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି। ଏହାର ଶ୍ରେୟ ମୋଦୀଙ୍କର।
ଅଧିକ ପଢ଼ନ୍ତୁ ରାଜନୀତି ଖବର