ମୟୁରଭଞ୍ଜ: ୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ବିଲରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । କାହ୍ନୁପୁର ଗାଁ ବିଲରୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଆମ୍ବୁଲାନ୍ସ ଯୋଗେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତକ ହେଲେ ଖୁଣ୍ଟା ଥାନା କରକଚିଆ ପଞ୍ଚାୟତ କଇମି ଗ୍ରାମର ମାତୁ ମୂର୍ମୂ ।
ମାତୁଙ୍କ ଘର କାହ୍ନୁପୁର ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ହୋଇଥିବା ବେଳେ ସେ ସେଠାକୁ ଆସିଲେ କିପରି ଏବଂ ସେଠାରେ ମୂର୍ମୂଷ ଅବସ୍ଥାରେ କିପରି ପଡିଲେ ତାହା ଅସ୍ପଷ୍ଟ । ପୋଲିସ ଡାକ୍ତରଖାନାରୁ ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଟନେଲରେ ଫସିଥିବା ଶ୍ରମିକ ହେବେ ଉଦ୍ଧାର । ଟନେଲ ଭିତରୁ ପସିଲା ଉଦ୍ଧାରକାରୀ ଟିମ୍।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ। ଟନେଲ ଭିତରୁ ରଶି ଆଉ ପାଇପ୍॥ ଶିଘ୍ର ଜଣଙ୍କ ପରେ ଜଣେ ପାଇପ୍ ଦ୍ୱାରା ହେବେ ଉଦ୍ଧାର । ଡ୍ରିଲିଂ କାମ ଶେଷ ହୋଇଥିବା ସୂଚନା।ଦୀର୍ଘ ୧୭ ଦିନ ପରେ ଦେଖିକ ଖୋଲା ଆକାଶ। ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟ ମାନେ ଟନେଲ ବାହାରେ ଅନେଇ ରହିଛନ୍ତି କେତେବେଳ ଉଦ୍ଧାର ହେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।