ସେପଟେ ରାଜସ୍ଥାନ ବିଧାନସଭାରେ ମୋଟ 200 ଟି ଆସନ ଅଛି, ସେଥିମଧ୍ୟରୁ କଂଗ୍ରେସରେ 107 ଜଣ ବିଧାୟକ ଅଛନ୍ତି, ଏହା ବ୍ୟତୀତ ଅନ୍ୟ କେତେକ ସ୍ୱାଧୀନ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଛି। ଅନ୍ୟପଟେ ବିଜେପିରେ ମାତ୍ର 72 ଜଣ ବିଧାୟକ ଅଛନ୍ତି। ବର୍ତ୍ତମାନ ଯଦି ସଚିନ ପାଇଲଟଙ୍କ ଦାବି ଅନୁଯାୟୀ 30 ଜଣ ବିଧାୟକ ଦଳ ପରିବର୍ତ୍ତନ କରନ୍ତି, ତେବେ ଅଶୋକ ଗେହଲଟ ସରକାର ସଙ୍କଟର ସମ୍ମୁଖୀନ ହେବ।
ରାଜସ୍ଥାନରେ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିଧାନସଭା ନିର୍ବାଚନ ପରଠାରୁ ଭିତିରି କନ୍ଦଳ ଜାରି ରହିଛି। ତେବେ ବର୍ତ୍ତମାନର ସ୍ଥିତି ପାଇଁ ଅଶୋକ ଗେହଲୋଟ୍ ବିଜେପିକୁ ଦାୟୀ କରିଛନ୍ତି।