ସୁପ୍ରିମ କୋର୍ଟ ଗଲେ ଆଦିତ୍ୟଙ୍କ ମା
ନୂଆଦିଲ୍ଲୀ: 5ରାଜ୍ୟରେ ନିର୍ବାଚନ ପୂର୍ବରୁ ବିଜେପିର ମହାମନ୍ଥନ । ନୂଆଦିଲ୍ଲୀରେ ବିଜେପି ଜାତୀୟ ଅଧିକାରୀଙ୍କ ବୈଠକ ଆରମ୍ଭ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି ।
ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି କିପରି ପ୍ରସ୍ତୁତ ହେଉଛି ତାହାର ହିସାବ ରଖିବା ଏହି ବୈଠକର ଉଦ୍ଦେଶ୍ୟ । ପୂର୍ବାହ୍ନ 10ଟାରୁ ସନ୍ଧ୍ୟା 5ଟା ଯାଏ ଏହି ବୈଠକ ଚାଲିବ । ବୈଠକରେ ବିଜେପିର ସବୁ ପ୍ରଦେଶ ଅଧ୍ୟକ୍ଷ, ପ୍ରଭାରୀ, ସହପ୍ରଭାରୀ, ସବୁ ପ୍ରଦେଶ ସଙ୍ଗଠନର ମହାମନ୍ତ୍ରୀ ଉପସ୍ଥିତ ଅଛନ୍ତି ।