ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକରେ ପ୍ରାୟ ୨୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି ।
ସେଥିମଧ୍ୟରେ ଏମଏସଏମଇ, ଏସ ଏସପିଡ଼ି, ପଞ୍ଚାୟତିରାଜ, ସ୍ଵାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର କ୍ୟାଡର ରୁଲ୍ ସଂଶୋଧନ ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି ।
ଏହାବାଦ୍ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷକ ତଥା । ଅଡିଟର-ସର୍ଭିସ୍ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାଯାଇଛି । ଏବଂ ଏହା ସହ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବି ବସିବ ।
ଆସନ୍ତା ୨୦୨୧-୨୨ ଆର୍ଥିକବର୍ଷ ଲାଗି ମନ୍ତ୍ରୀ ପରିଷଦର ଅନୁମୋଦନ ନିଆଯିବ। ତେବେ ୨୦୨୦-୨୧ ଆର୍ଥିକବର୍ଷ ଲାଗି ରାଜ୍ୟ ବଜେଟର ଆକାର ୧ଲକ୍ଷ ୬୧ହଜାର ୭୦୦ କୋଟିକୁ ବୃଦ୍ଧି କରାଯାଇଥିଲା, ହେଲେ କୋଭିଡ଼ ମହାମାରୀ ପାଇଁ ଅଦ୍ୟାବଧୂ ବଜେଟର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ ।
କୋଭିଡ଼ ପାଇଁ ନିର୍ମାଣ ଓ ଭିତ୍ତିଭୂମି କାର୍ଯ୍ୟ ପଛେଇ ଯାଇଥିବାରୁ ସିଂହ ଭାଗ ଅର୍ଥ ଏବେ ଏହି ବାବଦରେ ଖର୍ଚ୍ଚ ହେବ । ଚଳିତବର୍ଷ ପୌର ନିର୍ବାଚନ ଏବଂ ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ରହିଛି ।
ଏହାକୁ ଦୃଷ୍ଟିରେ ରଖ୍ କର୍ମଚାରୀଙ୍କ ଦରମା ବାବଦ ପ୍ରଶାସନିକ ଖର୍ଚ୍ଚକୁ ବାଦ୍ ଦେଲେ ସ୍ଵାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ବିଜେଟରେ ପ୍ରାଥମିକତା ଦିଆଯିବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ଆର୍ଥିକବର୍ଷ ରାଜ୍ୟ ବଜେଟର ଆକାର ପ୍ରାୟ ୧ ଲକ୍ଷ ୭୫ ହଜାର କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।