ଗତ କିଛି ବର୍ଷ ମଧ୍ୟରେ ରାଜ୍ୟସଭାରେ କଂଗ୍ରେସ ଅଧିକ ଦୁର୍ବଳ ହୋଇଛି। ଏଥି ସହିତ ବିଜେପି ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇଛି। ରାଜ୍ୟସଭାରେ କଂଗ୍ରେସର ଶକ୍ତି ବିଜେପିର ଅର୍ଦ୍ଧରୁ କମ୍ ଥିବାବେଳେ ଏନଡିଏ 100 ମାର୍କ ଅତିକ୍ରମ କରି ସଂଖ୍ୟାଗରିଷ୍ଠତା ଆଡକୁ ଗତି କରିଛି।1990 ପରଠାରୁ ରାଜ୍ୟସଭାରେ କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ। 1990 ପୂର୍ବରୁ ରାଜ୍ୟସଭାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଅଭାବରୁ ମୋଦି -1 ସରକାର 2014 ରୁ 2019 ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନେକ ବିଲ ମଧ୍ୟ ଲୋକସଭାରେ ପାରିତ ହୋଇ ରାଜ୍ୟସଭା ରେ ଅଟକି ରହିଥିଲା।
କିନ୍ତୁ 2091 ରେ 17 ତମ ଲୋକସଭା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସରକାର ଟ୍ରିପଲ୍ ତାଲାକ୍, ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପାଇଁ ବିଲ୍ ପାସ୍ କରିବା ପାଇଁ ଅଣ କଂଗ୍ରେସ ଦଳ ଗୁଡିକର ସମର୍ଥନ ହାସଲ କରିଛନ୍ତି। 245 ସଦସ୍ୟଙ୍କ ସହ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ପାଇଁ 123 ରେ ସିଟ ଆବଶ୍ୟକ। ଗୃହରେ କଂଗ୍ରେସ ଏବଂ ୟୁପିଏ ସମର୍ଥକ ଦଳର ଦୁର୍ବଳତା ହେତୁ ଏନଡିଏ ରାଜ୍ୟସଭାରେ ଅଧିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ଅନେକ ମତ ରଖିଛନ୍ତି। କାରଣ ଅନେକ ଅଣ କଂଗ୍ରେସ ଦଳ ଆବଶ୍ୟକ ସମୟରେ ମୋଦୀ ସରକାରଙ୍କୁ ସମର୍ଥନ ଜାରି ରଖିଛନ୍ତି।
ବିଜେଡି, AIADMK, ଆମ୍ ଆଦମୀ ପାର୍ଟି ଏବଂ YSR କଂଗ୍ରେସ ଭଳି ଦଳ କଂଗ୍ରେସ ବିରୋଧୀ। ଅନ୍ୟପଟେ ଚଳିତ ବର୍ଷ ନଭେମ୍ବରରେ କେବଳ ୟୁପିରୁ 10 ଟି ସିଟ୍ ଖାଲି ହେଉଛି। ଉତ୍ତରପ୍ରଦେଶ ବିଧାନସଭାରେ 402 ଟି ଆସନରେ ବିଜେପି ଏବଂ ଏହାର ସହଯୋଗୀ ଦଳ 321 ଜଣ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ ନଭେମ୍ବରରେ ୟୁପିର 10 ଟି ରାଜ୍ୟସଭା ଆସନ ମଧ୍ୟରୁ 8 ଟି ବିଜେପିକୁ ଯିବ। ଏହା ପରେ ମୋଦି ସରକାରରେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ମଧ୍ୟରେ 14 ଟି ଆସନ ପାର୍ଥକ୍ୟ ରହିବ।