ଏହାକୁ ‘ସଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ'(ଟ୍ରାନ୍ସପେରେଣ୍ଟ ଟ୍ୟାକ୍ସେ୍ଶନ୍: ଅନରିଙ୍ଗ୍ ଦି ଅନେଷ୍ଟ) ଭାବେ ନାମିତ କରାଯାଇଛି। ଏହି ପ୍ଲାଟଫର୍ମ ପ୍ରଚଳିତ ଟିକସ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ସିମ୍ଲେସ୍, ଫେସ୍ଲେସ୍ ଏବଂ ପେନ୍ଲେସ୍ ଭାବେ ଟିକସ ପୈଠ କରାଯାଇ ପାରିବ। ନୂତନ ପ୍ଲାଟଫର୍ମରେ ଫେସଲେସ ଆସେସମେଣ୍ଟ୍,ଅପିଲ ଏବଂ ଟିକସଦାତା ଚାଟର୍ର୍ ଭଳି ପ୍ରମୁଖ ସଂସ୍କାରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଟିକସ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ଏବଂ ଆବେଦନ ଫେସ୍ଲେସ୍ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୫ରୁ ଏହି ନୂଆ ପ୍ଲାଟଫର୍ମ କାର୍ଯ୍ୟ କରିବ।