୩୫୦୦ ପୋଲିଂ କର୍ମଚାରୀଙ୍କ ସମେତ ୮୦୦ ଆଶା କର୍ମୀ ଓ ୮୦୦ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ସମୁଦାୟ ୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ, ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ପୋଲିସ ଅଫିସର ନିୟୋଜିତ ଅଛନ୍ତି । ଭୋଟ ସକାଳ ୭ରୁ ସାନ୍ଧ୍ୟ ୬ ଯାଏ ହେବ । ଆସନ୍ତା ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
1ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଭୋଟିଂ ଏବଂ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚାଲିଛି ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଦିନ ୧ ଟା ସୁଦ୍ଧା ୪୦.୫୧% ମତଦାନ । ବାଲେଶ୍ବରରେ ୪୧.୩୬% ଭୋଟିଂ ହୋଇଥିବା ବେଳେ, ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଛି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଢେ ଚାରି ଲକ୍ଷରୁ ଅଧିକ ମତଦାତା । କୋରୋନା କଟକଣା ଭିତରେ ଚାଲିଛି ଭୋଟ ଗ୍ରହଣ । ସମସ୍ତ ପୋଲିଂ ଏଜେଣ୍ଟଙ୍କର ସ୍କ୍ରିନିଂ କରାଯାଇ ସୁସ୍ଥ ଅଫିସରଙ୍କୁ ନିୟୋଜିତ କରାଯାଇଛି । ପ୍ରତି ବୁଥ ଗୁଡିକୁ ସାନିଟାଇଜ କରାଯାଇଛି ।
Download Argus News App
