ସେପଟେ ବାଲେଶ୍ୱରରେ ପ୍ରଥମ ରାଉଣ୍ଡ ଗଣତି ଜଣାପଡ଼ିଛି । ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ୭୧୮୪ଟି ଭୋଟରୁ ବିଜେଡିକୁ ୩୪୨୭ ଭୋଟ । ବିଜେପି ଖାତାରେ ୨୮୧୨ ଥିବା ଜଣାପଡ଼ିଛି । ୬୧୫ ଭୋଟରେ ଆଗୁଆ ବିଜେଡି ରହିଥିବା ସୂଚନା ମିଳିଛି ।
ବାଲେଶ୍ୱର: ବାଲେଶ୍ଵର ଓ ତିର୍ତ୍ତୋଲରେ ଭୋଟ ଗଣତି ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ହେଉଛି। ଅପରାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳ ଜଣାପଡ଼ିଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ସେପଟେ ବାଲେଶ୍ୱରରେ ପ୍ରଥମ ରାଉଣ୍ଡ ଗଣତି ଜଣାପଡ଼ିଛି । ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ୭୧୮୪ଟି ଭୋଟରୁ ବିଜେଡିକୁ ୩୪୨୭ ଭୋଟ । ବିଜେପି ଖାତାରେ ୨୮୧୨ ଥିବା ଜଣାପଡ଼ିଛି । ୬୧୫ ଭୋଟରେ ଆଗୁଆ ବିଜେଡି ରହିଥିବା ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଘେରୁଛି ବିଜେପି । ଯାଜପୁର ବିଜେପି ଜିଲ୍ଲାସଭାପତି ଗୌତମ ରାୟଙ୍କ ନେତୃତ୍ବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଆଜି ଦଶରଥପୁର ବ୍ଲକ ଘେରୁଚ୍ଛି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗରିବ ଲୋକଙ୍କ ଆବାସ ଲୁଟ ଠାରୁ ଆରମ୍ଭ କରି ଡି ଏମ୍ ଫଣ୍ଡକୁ ଭାଗ ବାଣ୍ଟ କରି ଖାଇବା, ବାର୍ଦ୍ଧକ୍ୟ ଭତ୍ତା ଲୁଟ, ପିଇବା ପାଣିର ସମସ୍ୟା ସହ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ଆଜି ଦଶରଥପୁର ବ୍ଲକ ଘେରୁଛୁ ବିଜେପି । ପାଖାପାଖି ୫ ହଜାର ଲୋକ ହତାରେ ଫ୍ଲାଗ କାର୍ଡ ଧରି ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ନାରା ଦେଇ ପଦଯାତ୍ରା କରି ବ୍ଲକ ଘେରୁଛି ବିଜେପି ।
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ୧୫ ଜଣିଆ ଟିମ୍କୁ ନେଇ ଲେଜର ସ୍କାନିଂ। ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍ ସାମିଲ। ASI କୋର୍ କମିଟି ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ ଟିମ୍ ଉପସ୍ଥିତ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ତେବେ ଏହାକୁ ସରକାର ସମୟ ଗଡାଇବାର ନୂଆ ଚାଲ୍ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ ।
ରତ୍ନଭଣ୍ଡାର ଅସୁରକ୍ଷିତ । ୨୦୧୮ ମସିହାରୁ ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ । ଏକଥା ସରକାର ବି ଜାଣିଛନ୍ତି । ଏହାସତ୍ତ୍ବେ ଲେଜର ସ୍କାନିଂର ଆବଶ୍ୟକତା ପଡିଲା କାହିଁକି ? । ହାଇକୋର୍ଟଙ୍କ ଚାପ ଯୋଗୁଁ ଏହା ରାଜ୍ୟ ସରକାରଙ୍କ ନୂଆ ଫନ୍ଦି ନୁହେଁ ତ ? ଯଦି ରତ୍ନଭଣ୍ଡାର ମରାମତି ହୁଏ ତାହେଲେ ଗଣତିରେ ଅସୁବିଧା କେଉଁଠି ? ।
ଅଧିକ ପଢନ୍ତୁ ଓଡ଼ିଶା ଖବର