ଦୁଇ ନିର୍ବାଚନ ମଣ୍ଡଳୀର ସାଢେ ଚାରି ଲକ୍ଷରୁ ଅଧିକ ମତଦାତା ନିଜ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ତେବେ କୋରୋନା କଟକଣା ଭିତରେ ଚାଲିଛି ଭୋଟ ଗ୍ରହଣ । ସମସ୍ତ ପୋଲିଂ ଏଜେଣ୍ଟଙ୍କର ସ୍କ୍ରିନି କରାଯାଇ ସୁସ୍ଥ ଅଫିସରଙ୍କୁ ନିୟୋଜିତ କରାଯାଇଛି । 1000 ଜଣ ହିଁ ଗୋଟେ ବୁଥରେ ଭୋଟ ଦେଇପାରିବେ । ଏଥିପାଇଁ ବାଲେଶ୍ଵରରେ 346 କରାଯାଇଥିବାବେଳେ ତିର୍ତ୍ତୋଲରେ 373 ବୁଥ କରାଯାଇଛି । ପ୍ରତି ବୁଥ ଗୁଡିକୁ ସାନିଟାଇଜ କରାଯାଇଛି ।
3500 ପୋଲିଂ କର୍ମଚାରୀଙ୍କ ସମେତ 800 ଆଶା କର୍ମୀ ଓ 800 ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ସମୁଦାୟ 6 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ, 90 ପ୍ଲାଟୁନ ପୋଲିସ ଫୋର୍ସ, 251 ପୋଲିସ ଅଫିସର ନିୟୋଜିତ ଅଛନ୍ତି । ଏହାସହ ପ୍ରତି ବୁଥରେ CCTV ଲଗାଯାଇଛି । ତିର୍ତ୍ତୋଲରେ ସର୍ବାଧିକ 155 ସମ୍ବେଦନଶୀଳ ବୁଥ ରହିଥିବାବେଳେ ବାଲେଶ୍ଵରରେ ରହିଛି 86ଟି ବୁଥ ଭୋଟ ସକାଳ 7ରୁ ସାନ୍ଧ୍ୟ 6 ଯାଏ ହେବ । ଆସନ୍ତା 10 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।