ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପଶ୍ଚିମବଙ୍ଗ ପାଇଁ ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ତୃଣମୂଳ କଂଗ୍ରେସ 291 ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।
ନନ୍ଦିଗ୍ରାମରେ ମୁହାଁମୁହିଁ ହେବେ ମମତା ବାନାର୍ଜୀ-ଶୁଭେନ୍ଦୁ ଅଧିକାରୀ

ଅର୍ଗସ ବ୍ୟୁରୋ: ନନ୍ଦିଗ୍ରାମରେ ମୁହାଁମୁହିଁ ହେବେ ମମତା ବାନାର୍ଜୀ-ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିଜର ପ୍ରାର୍ଥୀଙ୍କ ନାଁର ଘୋଷଣା କରିଛି । 57ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ପ୍ରାର୍ଥୀ କରିଛି ।
Download Argus News App
