ଫନି ବାତ୍ୟାକୁ 2 ବର୍ଷ ପୁରିବାକୁ ଯାଉଥିବା ବେଳେ ଏ ଯାଏ ଲୋକଙ୍କୁ ପକ୍କା ଘର ମିଳିନାହିଁ । ଆଉ ଯେତେବେଳେ ଲୋକଙ୍କ ପାଖକୁ ଭୋଟ୍ ମାଗିବାକୁ ଯାଉଛନ୍ତି ନେତା ଏ ସତକୁ ମାନିବାକୁ ବାଧ୍ୟ ହୋଇଛନ୍ତି। ଆଉ ଲୋକଙ୍କୁ ପୁଣି ନୂଆ ଆଶା ଦେଖାଇ ଭୋଟ୍ ହାତେଇବାକୁ ଉଦ୍ୟମ କରିଛନ୍ତି ।
ସତ ମାନିଲେ ବିଜେଡି ବିଧାୟକ, ଫନି ବାତ୍ୟାକୁ 2 ବର୍ଷ ପୁରିବାକୁ ଯାଉଥିବା ବେଳେ ମିଳିନି ପକ୍କା ଘର

ପିପିଲି: ସତ ମାନିଲେ ଶାସକ ଦଳ ବିଧାୟକ। ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଲୋକଙ୍କୁ ପକ୍କା ଘର ମିଳିନଥିବା କଥା ବିଧାୟକ ଉମା ସାମନ୍ତରାୟ ମାନିଛନ୍ତି। କଲ୍ୟାଣପୁର ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଆମେ ଯେତେବେଳେ ଲୋକଙ୍କ ପାଖକୁ ଯାଉଛୁ ଲୋକେ ଆମକୁ ପଲିଥିନ ଘର ଦେଖାଉଛନ୍ତି। ଆମେ ଏ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ ।
Download Argus News App
