ଏମ ଡି ମୌସିମ କୁ ସିଧା ସଳଖ ଫସାଯାଇଛି
ଭୁବନେଶ୍ଵର: ଧାରଣାରୁ ଓହରିବା ପରେ ବିଜେପି ପ୍ରେସମିଟ୍ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ବିଧାନସଭାରେ ବାଚସ୍ପତିଙ୍କ କାର୍ଯ୍ୟକଳାପକୁ ନେଇ ଦୃଢ ନିନ୍ଦା କରିଛନ୍ତି । ବିଧାନସଭାରେ ଦୁଇଟି ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ଆମ ଦଳର ନେତାଙ୍କୁ ନିଲମ୍ୱନ ସମୟରେ ପକ୍ଷ ରଖିବାକୁ ଦିଆଗଲା ନାହିଁ । ବିଜେଡି ଓ କଂଗ୍ରେସ ନିଜର ପକ୍ଷ ରଖିଲେ, କିନ୍ତୁ ବିଜେପି ନେତାଙ୍କୁ କହିବାକୁ ଦିଆଗଲା ନାହିଁ । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ବିଜେଡିର ନେତା ଭାବେ ବାଚସ୍ପତି କାର୍ଯ୍ୟ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ପ୍ରତି ଅପାମନ କରିଛନ୍ତି। ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବାଚସ୍ପତି ବିଧାନସଭାକୁ ଭଙ୍ଗ କରିଛନ୍ତି। ଏ ସମସ୍ତ ଅଭିଯୋଗକୁ ନେଇ ଆସନ୍ତାକାଲି ରାଜ୍ୟପାଳଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି।