ଜେଲ୍ରେ ବାଇବେଲ.
ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ । ଭୁବନେଶ୍ୱରରେ ବସିଥିବା ଏହି ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହାପ୍ରଭାରୀ ବିଜୟ ପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ରାଜ୍ୟର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଅଛନ୍ତି। ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପ୍ରଭାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।
ଆଗକୁ ଦଳର କାର୍ଯ୍ୟକ୍ରମ ନେଇ ହେଉଛି ବିସ୍ତୃତ ଆଲୋଚନା । ଓଡିଶା ବିକାଶରେ ବାଧକ ରାଜ୍ୟ ସରକାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ସୀମା ବିବାଦ ପ୍ରସଙ୍ଗକୁ ନେଇ ରାଜନୈତିକ ଚିଠା ଉପରେ ମଧ୍ୟ ଆଲୋଚନା ହେବ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଓ ସାଙ୍ଗଠନିକ ବିସ୍ତାରକୁ ନେଇ ମାନସ ମନ୍ଥନ କରାଯିବ। କେଉଁ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବ ତାହାକୁ ନେଇ ହେଉଛି ଆଲୋଚନା ।