ଅର୍ଗସ ବ୍ୟୁରୋ : ରାଜ୍ୟରେ ପିଲା ନିଖୋଜ ଘଟଣାକୁ ନେଇ ବିଜେପିର ଟାର୍ଗେଟ। ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି ଯେ, ପରୀ ମାମଲାରେ ସିବିଆଇ ତଦନ୍ତ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବାବୁଲି ନାୟକକୁ ଗିରଫ ଦାବି କରିଥିଲୁ । କିନ୍ତୁ ରାଜ୍ୟ ସରକାର କିଛି କର୍ଣ୍ଣପାତ କଲେନାହିଁ । 5 ବର୍ଷର ପରୀ ପାଇଁ ନ୍ୟାୟର ଲଢେଇ ଭିତରେ ବିରାଟ ତଥ୍ୟ ସାମ୍ନାକୁ ଆସିଲା। 5 ବର୍ଷରେ 27 ହଜାର ଶିଶୁ ନିଖୋଜ ହୋଇଛନ୍ତି। 3 ମୁଦ୍ଦାକୁ ଆଧାର କରି ରାସ୍ତାକୁ ଓହ୍ଲାଇଥିଲା ବିଜେପି। ସେହି ସମୟରେ ମନ୍ତ୍ରୀ ଅଡିଓ କଲ ଭାଇରାଲ, ଅରୁଣ ବୋଥ୍ରାଙ୍କ କଲ ଭାଇରାଲ ଭଳି 3 କଥା ସହ ଏହି 2 କଥାକୁ ଆମେ ଯୋଡିଲୁ। ଯଦି ଘାଟଣାରେ ମନ୍ତ୍ରୀଙ୍କର କୌଣସି ସଂପୃକ୍ତି ନାହିଁ, ତାହେଲେ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ମନ୍ତ୍ରୀ ଅରୁଣ ସାହୁ କାହିଁକି ଧମକ ଦେଉଥିଲେ ବୋଲି ବିଜେପି ପ୍ରଶ୍ନ କରିଛି ।
ବିଜେପି ପୁଣି କହିଛି ଯେ, ଏସଆଇଟି ତଦନ୍ତ କଲେ ନ୍ୟାୟ ମିଳିବ ନାହିଁ ବୋଲି କହିଥିଲୁ । ମିଥ୍ୟା ତଥ୍ୟ ଦେଇ ସରୋଜ ସେଠୀକୁ ଫସେଇକି ଗିରଫ କରିଛନ୍ତି । ଡେମୋ ସମୟରେ ଏସଆଇଟିର ଇଣ୍ଡିକେସନ, ଡିରେକ୍ସନ ଅନୁସାରେ ସବୁ ହେଲା । ଫୋରେନ୍ସିକ୍ ରିପୋର୍ଟ କହୁଛି କୌଣସି ଜିନିଷରୁ ସିମେନର ପ୍ରମାଣ ମିଳିଲା ନାହିଁ । ବୋଥ୍ରା ବାବୁ ସ୍ପଷ୍ଟୀକରଣ ଦିଅନ୍ତୁ ଡଗସ୍କ୍ବାର୍ଡ କାହିଁକି ପାଇଲା ନାହିଁ । ବୋଥ୍ରାଙ୍କ କହିବା କଥା ଯଦି ଠିକ ବ୍ରେନ ମ୍ୟାପିଂର ଆବଶ୍ୟକତା କାହିଁକି ।
ସ୍ମୃତି ପଟ୍ଟନାୟକ ପୁଣି କହିଛନ୍ତି ଯେ, ଗୃହ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲୁ, କିନ୍ତୁ ଏବେବି ସରକାରଙ୍କ ନିଷ୍କ୍ରିୟତା ଜାରି ରହିଛି । ବିଜେପି ପୋଲିସ ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ସନ୍ତୁଷ୍ଟ ନୁହେଁ । ଆନ୍ଦୋଳନ ବନ୍ଦ ହେବନାହିଁ । 5 ରୁ 12 ତାରିଖ ଯାଏଁ ଗାଁ ଗାଁରେ ଆନ୍ଦୋଳନ କରାଯିବ । 7ହଜାର ପଞ୍ଚାୟତ ଏବଂ 3 ହଜାର ପୌରାଞ୍ଚଳରେ ପ୍ରତିବାଦ ହେବ। ପ୍ରତି ଗ୍ରାମର ଗ୍ରାମଦେବତୀଙ୍କ ନିକଟରୁ ବାହାରି ପ୍ରତିଷ୍ଠିତ ଦେବୀ ପୀଠରେ ଦୀପଦାନ କରାଯିବ । ଦସ୍ତଖତ ଅଭିଯାନ କରାଯିବ । 12 ରୁ 15 ତାରିଖ ଯାଏଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ପରୀକୁ ଏକ ବ୍ରାଣ୍ଡ ଭାବରେ ଗ୍ରହଣ କରିଛି ବିଜେପି । ଏହି ବ୍ରାଣ୍ଡକୁ ଆଧାର କରି ଆମେ ଅନ୍ୟ ଶିଶୁଙ୍କ ନିଖୋଜ ଘଟଣାକୁ ନେଇ ପ୍ରତିବାଦ କରିବୁ ।