Headlines 7PM
କଟକ: କଟକରେ ମାହାଙ୍ଗାରେ ତାତି । କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ରଣହୁଙ୍କାର । ମାହାଙ୍ଗା ଡବଲ ମର୍ଡରକୁ ନେଇ ବର୍ଷିଲା ବିଜେପି । ଆଜି ମାତା ମଠ ଠାରୁ ବିଜେପିର ଏକ ପ୍ରତିନିଧି ଦଳ ଶୋଭାଯାତ୍ରାରେ ବାହାରି ଡିଜିପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । କଟକ ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଘଟଣାରେ ପୋଲିସ ଏଯାଏଁ ୭ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ୧୩ ଜଣଙ୍କ ନାମରେ ଅଭିଯୋଗ କରାଯାଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ବିଜେପିର ଆନ୍ଦୋଳନ ଜାରି ରହିଛି । ଏହି ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।
ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ମିଳିଥିବା ସୂଚନା ଅନୁସାରେ, ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଛନ୍ତି।