ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ହୋଇଥିବା ଜନସ୍ବାର୍ଥ ମାମାଲାରେ କୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ, ଆଡଭୋକେଟ୍ ଜେନେରାଲ୍ କୋର୍ଟଙ୍କୁ ଜଣାଇଛନ୍ତି ଯେ ପରୀ ହତ୍ୟା ମାମଲାରେ ଆଇଜି ରାଙ୍କର ଜଣେ ପୋଲିସ ଅଫିସରଙ୍କ ନେତୃତ୍ବରେ ଏକ ଏସ୍ଆଇଟି ଗଠନ ହୋଇଛି । ତଦନ୍ତ ବି ଆରମ୍ଭ ହୋଇସାରିଛି । ତଦନ୍ତର ଅଗ୍ରଗତି ନେଇ କୋର୍ଟଙ୍କୁ ଜଣାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାପରେ କୋର୍ଟ ନୟାଗଡ଼ ପୋଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେହେତୁ ରାଜ୍ୟ ସରକାର ଏସଆଇଟି ଗଠନ କରିସାରିଛନ୍ତି, ତେଣୁ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍କୁ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ଦସ୍ତାବିଜ୍ କହୁନାହିଁ କି ଏସଆଇଟି କୋର୍ଟ ମନିଟର୍ଡ ନୁହେଁ, ସରକାରଙ୍କ ଦ୍ବାରା ଗଠିତ ଏସଆଇଟି ଟିମ୍, ପିଆଇଏଲ୍ର ଶୁଣାଣି କରି କୋର୍ଟ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି, ଯଦି ପିଆଇଏଲ୍ ନ ହୋଇଥାନ୍ତା ତାହା ହେଲେ କୋର୍ଟ ଏ ନିର୍ଦ୍ଦେଶ ଦେଇଥାନ୍ତେ କି, କେଉଁ ଜଜ ଏସଆଇଟିର ମନିଟର କରୁଛନ୍ତି, ସରକାର କହୁଛନ୍ତି ତଦନ୍ତର ଅଗ୍ରଗତି ନେଇ କୋର୍ଟଙ୍କୁ ଜଣାଇବୁ କୋର୍ଟ ମନିଟର୍ଡ ହୋଇଥିଲେ କୋର୍ଟ ଏନେଇ ଜାଣିନଥାନ୍ତେ କି? ସେପଟେ କିନ୍ତୁ ପୁଣି କଂଗ୍ରେସ ବିଧାୟକ ଦଳ ନେତା ଦୋହରାଇଛନ୍ତି କଂଗ୍ରେସ ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି କିମ୍ବା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି । ଏସଆଇଟି ଗଠନ ହେଲା ଏବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନାହାନ୍ତି ନରସିଂହ ଓ ନିରଞ୍ଜନ ।
କିନ୍ତୁ କଂଗ୍ରେସର ଦଳର ବରିଷ୍ଠ ନେତା କହୁଛନ୍ତି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ତାଙ୍କୁ ବହିଷ୍କାର କରାଯାଉ । ଏମିତି କି ଦଳରେ ମ୍ୟାନେଜ୍ କଥା ବି କହିଥିଲେ ବିଧାୟକ ସୁରେଶ ରାଉତରାୟ । ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ ହେଉଛି ଏସଆଇଟି କୋର୍ଟ ମନିଟର୍ଡ ନୁହେଁ ଇଏ ସରକାରଙ୍କ ଗଠିତ ଏସଆଇଟି । ଏବେ ବଡ଼ ପ୍ରଶ୍ନ ଘଟଣାକୁ ଚାପିଦେଇଥିବା ଏସ୍ପି ତଦନ୍ତ ପରିସରକୁ ଆସିବେ ତ, କେବେ ତଦନ୍ତ ପରିସରକୁ ଆସିବେ ମନ୍ତ୍ରୀ ଅରୁଣ ସାହୁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।