ବୈଠକରେ କୋରୋନା ଭାଇରସରୁ ବର୍ତ୍ତିବା ଲାଗି ଆଲୋଚନା ହେବ । କେନ୍ଦ୍ର ସରକାର ପୂର୍ବରୁ ହିଁ ପଦକ୍ଷେପ ନେଇଛନ୍ତି । 100 ଘରୋଇ ହସ୍ପିଟାଲ ରିପୋର୍ଟ ପ୍ରସ୍ତୁତ କରିବାକୁ 10ଟି ଟିମ ଗଠନ କରିଛନ୍ତି । ଏହି ଟିମ ପ୍ରାଇଭେଟ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି, ତଥ୍ୟ ହାସଲ କରି ଗୃହମନ୍ତ୍ରାଳୟ ନିକଟରେ ଦାଖଲ କରିବେ ।
ଏହାରି ମଧ୍ୟରେ ବୁଧବାର 24 ଘଣ୍ଟା ମଧ୍ୟରେ 131 ଜଣଙ୍କର ମୃତ୍ୟୁ ହୋଇଛି । ଏହା ଦିଲ୍ଲୀରେ ମହାମାରୀରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଏହା ପୂର୍ବରୁ ନଭେମ୍ବର 12ରେ ସର୍ବାଧିକ 104 ଜଣ ଜୀବନ ହାରିଥିଲେ । ବୁଧବାର ଦିଲ୍ଲୀରେ 7486 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀରେ ଲକଡାଉନ ଲାଗିବ ନାହିଁ ।