ଆସନ୍ତାକାଲି କାର୍ଯ୍ୟକାରିଣୀରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପୁରନ୍ଦେଶ୍ୱରୀ । ଦୁଇଦିନିଆ କାର୍ଯ୍ୟକାରିଣୀ ବିଜେପି ଲାଗି ଗୁରୁତ୍ୱ ବହନ କରୁଛି । ଆସନ୍ତା ପିପିଲି ଉପନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଲାଗି ଦଳ ପ୍ରସ୍ତୁତ କରିବ ମାଷ୍ଟର ପ୍ଲାନ । କେଉଁ କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନକୁ ଓହ୍ଲାଇବ ଦଳ ସେ ନେଇ ପ୍ରସ୍ତତି ହେବ ରୋଡ଼ ମ୍ୟାପ ।
2 ଦିନିଆ ଓଡିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପୁରନ୍ଦେଶ୍ୱରୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ନେତୃବୃନ୍ଦ ତାଙ୍କୁ ସ୍ୱାଗତ କରିଛନ୍ତି । ସେ ଆଜି ଦଳୀୟ କାର୍ଯ୍ୟାଳୟରେ ଦଳର ପଦାଧିକାରୀଙ୍କ ସହିତ ବସିବାକୁ ଥିବା ବୈଠକରେ ଯୋଗଦେବେ ।
Download Argus News App
