ସଲମପୁର ଗାଁର ଏହି 80 ବର୍ଷୀୟା ବୃଦ୍ଧା ଚଞ୍ଚଳା ପ୍ରଧାନ ଭୋଟ ଦେବା ପାଇଁ ଆସିଥିବାବେଳେ ତାଙ୍କ ଭୋଟ ଦିଆଯାଇଥିବା କହିଥିଲେ ବୁଥ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର । ପୂର୍ବରୁ ତାଙ୍କ ଭୋଟ ପୋଷ୍ଟାଲ ବାଲାଟରେ ଦିଆଯାଇଥିବା ନେଇ କହିଥିଲେ ପ୍ରିଜାଇଡିଂ ଅଫିସର । ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ବୁଥ ଆଗରେ ଅନଶନରେ ବସିଛନ୍ତି 80 ବର୍ଷୀୟା ବୃଦ୍ଧା ।
ଭୋଟରଙ୍କ ନାଁରେ ଚଞ୍ଚକତା, ଧାରଣାରେ ବସିଲେ 80 ବର୍ଷୀୟା ବୃଦ୍ଧା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରୁ ଆସିଲା ସାଘାଂତିକ ଅଭିଯୋଗ । 204 ନଂ ବୁଥରେ ଭୋଟ ଗ୍ରହଣରେ ହେରଫେର୍। ଜଣେ ଭୋଟରଙ୍କ ନାଁରେ ଚଞ୍ଚକତା କରି ଭୋଟ ଦିଆଯାଇଥିବା ଅଭିଯୋଗ ହୋଇଛି । ମୁଁ ତ ଘରେ ନଥିଲି ମୋ ଭୋଟ୍ ଦେଲା କିଏ ବୋଲି ପ୍ରଶ୍ନ ଉଠାଇଲେ 80 ବର୍ଷୀୟା ବୃଦ୍ଧା ଚଞ୍ଚଳା ପ୍ରଧାନ ।
Download Argus News App
