Patna: Former CM and Hindustani Awam Morcha (HAM) president Jitan Ram Manjhi sworn in as Pro-Tem speaker of Bihar Assembly pic.twitter.com/PJRsD7YLNO — ANI (@ANI) November 19, 2020
ସଚିବାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ରାଜ୍ୟପାଳ ଫାଗୁ ଚୌହାନ ବିଧାନସଭାର ବାଚସ୍ପତିଙ୍କ ଦାୟିତ୍ୱ ତୁଲାଇବା ପାଇଁ ଇମାମଗଞ୍ଜର ବିଧାୟକ ଜିତନ ରାମ ମାଞ୍ଜୀଙ୍କୁ ଶପଥ ପାଠ କରାଇଛନ୍ତି। ଭାରତର ସମ୍ବିଧାନ ଦ୍ଵାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ 23 ରୁ 24 ନଭେମ୍ବର ମଧ୍ୟରେ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ଦାୟିତ୍ୱ ତୁଲାଇବା ପାଇଁ ବିହାର ବିଧାନସଭା ସଦସ୍ୟ ଜୀତନ ରାମ ମାଞ୍ଝିଙ୍କୁ ନିଯୁକ୍ତ କରିଛନ୍ତି।
ପ୍ରୋ-ଟେମ ବାଚସ୍ପତି ଭାବରେ ମାଞ୍ଝି ନୂତନ ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାରେ ଗୃହର ସଦସ୍ୟତାର ଶପଥ ଗ୍ରହଣ କରାଇବେ। ସୋମବାର ନୀତିଶ କୁମାରଙ୍କ ନେତୃତ୍ୱରେ ଏକ 15 ଜଣିଆ କ୍ୟାବିନେଟ ଶପଥ ଗ୍ରହଣ କରିଥିଲେ। ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ପ୍ରୋ-ଟେମ ସ୍ପିକର କଣ ?
ନିର୍ବାଚନ ପରେ ପ୍ରଥମ ଅଧିବେଶନରେ ସ୍ଥାୟୀ ବାଚସ୍ପତି କିମ୍ବା ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସଂସଦ କିମ୍ବା ବିଧାନସଭା ପରିଚାଳନା କରୁଥିବା ସଦସ୍ୟଙ୍କୁ ପ୍ରୋ-ଟେମ ବାଚସ୍ପତି ବୋଲି କୁହାଯାଉଛି। ସରଳ ଭାବରେ କହିବାକୁ ଗଲେ, କାର୍ଯ୍ୟବାହାକ ଏବଂ ଅସ୍ଥାୟୀ ଅଧକ୍ଷ୍ୟ ହେଉଛନ୍ତି ପ୍ରୋ-ଟେମ ବାଚସ୍ପତି। ସେମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ସ୍ୱଳ୍ପକାଳୀନ ନିର୍ବାଚିତ ହୋଇଥାନ୍ତି।
ସାଧାରଣତଃ ଗୃହର ବରିଷ୍ଠ ସଦସ୍ୟଙ୍କୁ ଏହି ଦାୟିତ୍ଵ ଦିଆଯାଇଥାଏ। ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ପରେ ତୁରନ୍ତ ବାଚସ୍ପତି କିମ୍ବା ଡେପୁଟି ବାଚସ୍ପତି ନିର୍ବାଚନ ପୂର୍ବରୁ ଅସ୍ଥାୟୀ ଭାବରେ ଗୃହ ଚଳାଇବା ସହ ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତି।