ତୃତୀୟ ପ୍ରାର୍ଥୀ ଝାଡଖଣ୍ଡର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ କେଏନ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଆଉ ଏହି ଦିନ ଚିତ୍ର ସ୍ପଷ୍ଟ ହୋଇଯିବ ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ କି ନାହିଁ। ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ ନିର୍ବାଚନ ହେବ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ପ୍ରଭାରୀ ଦାୟିତ୍ଵରେ ଥିବା ମଧୁସୂଦନ ମିସ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦ ଫର୍ମ ମଧ୍ୟରୁ ଚାରୋଟିରେ ଫର୍ମରେ ଦସ୍ତଖତରେ ଭିନ୍ନତା ଦେଖିବାକୁ ମିଳିଛି। ଏହି କାରଣରୁ ଝାଡଖଣ୍ଡର ପ୍ରାର୍ଥୀ କେଏନ ତ୍ରିପାଠୀଙ୍କ ପ୍ରାର୍ଥୀ ପତ୍ର ରଦ୍ଦ କରାଯାଇଛି। ବର୍ତ୍ତମାନ ନିର୍ବାଚନରେ କେବଳ ଦୁଇ ଜଣ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ରହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅକ୍ଟୋବର ୧୭ରେ ମତଦାନ ହେବ। ଅକ୍ଟୋବର ୧୯ରେ ରହିଛି ଭୋଟ୍ ଗଣତି। ତେବେ ଦେଖାଯାଉ ଅଧ୍ୟକ୍ଷ ପଦ କିଏ ହାସଲ କରୁଛି।
ରାଜନୀତି ଖବର ଆହୁରି ପଢନ୍ତୁ ।