OLX ରେ କିଣୁଛନ୍ତି କି ଗାଡ଼ି ତେବେ ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ଵର: କୋଟିଆକୁ ନେଇ ଓଡିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟରେ କିଛି ଦିନ ହେବ ଟଣା ଓଟରା ଲାଗିଛି। ବିବାଦ ଥମିବାକୁ ନାମ ଧରୁନାହିଁ। ଇତି ମଧ୍ୟରେ ରାଜ୍ୟ ବିଜେପିର ବରିଷ୍ଠ ଅଧିକାରୀମାନର କୋଟିଆ ଗସ୍ତରେ ଯାଇଛନ୍ତି। ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ କୋଟିଆ ଗସ୍ତ କରିଛନ୍ତି।
ନିଜ ଟ୍ଵିଟରେ ପ୍ରଦୀପ୍ତ ନାୟକ କୋଟିଆ ଗସ୍ତ ସମ୍ବନ୍ଧରେ ଟ୍ଵିଟ କରିଛନ୍ତି। ସେ ଲେଖିଛନ୍ତି ଯେ, କୋଟିଆ କେବଳ ଓଡ଼ିଶାର ଗୋଟିଏ ଗାଁ ନୁହେଁ, ଏହା ହେଉଛି ଆମର ମୁକୁଟ । କୋଟିଆ ଉପରେ କାହାର ଲୋଲୁପ ଦୃଷ୍ଟିକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହା ଓଡ଼ିଶାରେ ଥିଲା, ଓଡ଼ିଶାରେ ରହିଛି, ଆଗକୁ ବି ରହିବ । ମୁଁ ଆସୁଛି କୋଟିଆ । ସେଠିକାର ଲୋକମାନଙ୍କ ସହିତ କଥା ହେବା ପାଇଁ । ଆସନ୍ତା କାଲି ପୁରା ଦିନ କୋଟିଆ ରେ ରହିବି ।